ଦିଗପହଣ୍ଡି ରଥଯାତ୍ରା ରେ ଅଘଟଣ ମାଡ଼ିଗଲା ରଥଚକା ନାବାଳକ ଗୁରୁତର

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ରେ ପୂର୍ବ ପ୍ରଚଳିତ ପରମ୍ପରା ଅନୁଯାୟୀ ଶ୍ରୀ ଗୁଣ୍ଡିଚା ଯାତ୍ରା ପରଦିନ ଶ୍ରୀ ଜୀଉ ଙ୍କ ରଥ ଟଣା ଯାଇଥାଏ।  ବୁଧବାର ଅପରାହ୍ନ ରେ ଖୁବ୍ ଉତ୍ସାହ ଉଦ୍ଦୀପନା ମଧ୍ୟରେ ସହସ୍ରାଧିକ ଭକ୍ତ ରଥ ଟାଣୁ ଥିବା   ବେଳେ ଜଣେ ନାବାଳକ ଅସାବଧାନତା କାରଣରୁ ରଥ ଚକା ତଳେ ପଡିଯାଇଥିଲେ। ତାଙ୍କ ବାମ ଗୋଡ଼ ଉପରେ ଚକା ମାଡ଼ିଯିବାରୁ ସେ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର  ଜଣକ ହେଲେ ଦିଗପହଣ୍ଡି ବଡ଼ ବ୍ରାହ୍ମଣ ସାହିର ରମା ଚୌଧୁରୀ ଙ୍କ ପୁଅ ଓମ ଚୌଧୁରୀ (୧୦)। ରଥଯାତ୍ରା ପାଇଁ  ଦିଗପହଣ୍ଡି ସହର ତଥା ଆଖପାଖ ଗ୍ରାମର ଶ୍ରଦ୍ଧାଳୁଙ୍କ ଭିଡ଼ ରହିଥିଲା। ପ୍ରବଳ ଗହଳି ରେ ରଥଟଣା ବେଳେ ଏଭଳି ଅଘଟଣ ଘଟିଥିଲା।ଘଟଣା ସ୍ଥଳରୁ ସାମାଜିକ କର୍ମୀ କୁରେଶୁ ମହାରଣା ତାଙ୍କୁ ଉଦ୍ଧାର କରି  ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ  ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ