ବିଜେପିର କଳାଦିବସ ପାଳନ
ବାଲେଶ୍ୱର, (ସରୋଜ ପଣ୍ଡା):୧୯୭୫ ମସିହା ଜୁନ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଜାରି ଜରୁରୀକାଳୀନ ପରିସ୍ଥିତି ସ୍ମରଣରେ ଏହି ଦିନକୁ ବିଜେପି ସମଗ୍ର ଦେଶରେ କଳାଦିବସ ପାଳନ କରିଥିବା ବେଳେ ବାଲେଶ୍ୱରରେ ଅନୁରୂପ ପ୍ରିଫଳନ ଦେଖିବାକୁ ମିଳିଛି । ବିଜେପି ଜିଲା କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗଦେଇ ୧୯୭୫ ମସିହାର ଜରୁରୀକାଳୀନ ପରିସ୍ଥିତି ଭାରତୀୟ ଗଣତନ୍ତ୍ର ପାଇଁ ଏକ କଳଙ୍କିତ ଅଧ୍ୟାୟ ବୋଲି କହିଥିଲେ । ତତ୍କାଳୀନ କଂଗ୍ରେସ ସରକାର ଗଣତନ୍ତ୍ରର କଣ୍ଠରୋଧ ଓ ଦେଶବାସୀଙ୍କ ସହ ବିଶ୍ୱାସଘାତକତା କରିଥିଲେ ବୋଲି ସେ ଆରୋପ କରିଛନ୍ତି । ନିଜ ରାଜନୈତିକ ଅଭିଳାଷା ଚରିତାର୍ଥ ଉଦ୍ଦେଶ୍ୟରେ ଗଣତନ୍ତ୍ରରେ କଳାଦାଗ ଲଗାଇବାକୁ ଭୂତପୂର୍ବ ପ୍ରଧାନମନ୍ତ୍ରୀ ପଛାଇ ନଥିଲେ ।ଏହାର ପରିଣାମ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡ଼ିଥିଲା ବୋଲି ବିଜେପି କର୍ମକର୍ତ୍ତାମାନେ କହିଛନ୍ତି । ଜିଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତି, ରାଜ୍ୟ ମହିଳା ମୋର୍ଚ୍ଚା ଉପ-ସଭାନେତ୍ରୀ ସୁଷମା ବିଶ୍ୱାଳ, କରୁଣା କର ପଣ୍ଡା, ଗଙ୍ଗାଧର ମିଶ୍ର, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଜିଲା ସମ୍ପାଦକ ଆଶିଷ ଘୋଷ, ବିଜୟ ସାହୁ, ମମତା ମହାପାତ୍ର, ସିପ୍ରା ମହାପାତ୍ର, କମଳା ବିନ୍ଧାଣୀ, ଜିଲା ଉପ-ସଭାପତି କମଲ ଲୋଚନ ଦାସ, ରେଣୁ ବିଶ୍ୱାଳ, ପ୍ରଶାନ୍ତି ପଣ୍ଡା, ଅରୂପ ଜେନା, ଅନୀଲ ମହାନ୍ତି, ମଦନ ମୋହନ ଦାସ ମହାପାତ୍ର, ବିିନ ମାର୍ଣ୍ଡି, କ୍ରିଷ୍ଣା ସାହା, ନାରାୟଣ ମହନ୍ତ, ସୁବୋଧଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ କଳା ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ । ଭବିଷ୍ୟତରେ ଦେଶବାସୀଙ୍କ ପାଇଁ ସେଭଳି ସ୍ଥିତି ନ ଆସୁ ବୋଲି ସେମାନେ କହିଥିଲେ ।


