ସଚିବଙ୍କ ଗସ୍ତ ବେଳେ ଛାତ୍ରଛାତ୍ରୀ ସମ୍ମିଳନୀ ଆୟୋଜନ କାହା ନିର୍ଦ୍ଦେଶରେ

ବାଲେଶ୍ୱର, (ସରୋଜ ପଣ୍ଡା):୫-ଟି ସଚିବଙ୍କ ଜିଲାଗସ୍ତ କାଳରେ କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ସମ୍ମିଳନୀ ଆୟୋଜନକୁ ନେଇ ଶିକ୍ଷା ବିଭାଗ ନିକଟରୁ ସ୍ପଷ୍ଟୀକରଣ ମାଗିଛି ଜିଲା ଛାତ୍ର କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ୫-ଟି ସଚିବଙ୍କ ପାଇଁ ଚିନ୍ତିତ ଜିଲା ପ୍ରଶାସନ ଛାତ୍ରନେତାଙ୍କୁ ୨୪ ଘଣ୍ଟିଆ ନଜରବନ୍ଦୀରେ ରଖିବାକୁ ଦୃଢ ନିନ୍ଦା କରିଥିଲେ । ଅନ୍ୟପକ୍ଷରେ କେଉଁ ନିୟମ ବଳରେ କଲେଜ ପିଲାଙ୍କୁ ନେଇ ସମ୍ମଳନୀ ଆୟୋଜନ ହେଲା, ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କୁ କିଏ ବସ ଓ ଅନ୍ୟାନ୍ୟ ଗାଡ଼ି ବ୍ୟବସ୍ଥା କରିଥିଲା, ସେମାନଙ୍କୁ କିଏ ଟି-ସାର୍ଟ ଟୋପି ଆଦି ଦେଇଥିଲା, ସେମାନଙ୍କ ଯା’ଆସ ଓ ଖିଆପିଆ ପ୍ରଭୃତି ପାଇଁ ଖର୍ଚ୍ଚ ଭାର କେଉଁ ବିଭାଗ ବହନ କରିଛି ବୋଲି ଛାତ୍ର କଂଗ୍ରେସ ନେତାମାନେ ପ୍ରଶ୍ନ କରିଛନ୍ତି । ତେବେ ସେହି ସମ୍ମିଳନୀରେ ପିଲାଙ୍କ ସମସ୍ୟା ଶୁଣିବାକୁ ଆଗ୍ରହ ପ୍ରକାଶ ପରିବର୍ତ୍ତେ ସଚିବ କେବଳ ନବୀନ ବାବୁଙ୍କ ଗାଥା ଶୁଣାଇଥିଲେ । ଏପରିକି ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ସୃଷ୍ଟି ବିଭିନ୍ନ ସମସ୍ୟା ବାବଦରେ ଜଣାଇବା କୌଣସି ଛାତ୍ରଛାତ୍ରୀଙ୍କୁ ଏହି ସମ୍ମିଳନୀରେ ସୁଯୋଗ ଦିଆ ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଛାତ୍ର କଂଗ୍ରେସ କର୍ମକର୍ତ୍ତାମାନେ ଆରୋପ କରିଛନ୍ତି । ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ, ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱ ବିଦ୍ୟାଳୟର ମାନ୍ୟତା ସହିତ ସୋର ୟୁଏନ କଲେଜ ଓ ଜଳେଶ୍ୱର ଡିକେ କଲେଜକୁ ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ ପାଇଁ ଛାତ୍ରକଂଗ୍ରେସ ନେତାମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଦାବି ଉପପସ୍ଥାପନ କରିଛନ୍ତି । ଜିଲାର ବିଭିନ୍ନ ବ୍ଲକରେ ଶହଶହ ଶିକ୍ଷକ ପଦ ଖାଲି ପଡିଥିବା ବେଳେ କଲେଜଗୁଡ଼ିକରେ ଅତିଥି ଅଧ୍ୟାପକ ଭରସା ହୋଇଛନ୍ତି । ମାତ୍ର ଜିଲା ଗସ୍ତରେ ୫-ଟି ସଚିବ ଗୁଣାତ୍ମକ ଶିକ୍ଷାର କଥା କହିବା ହାସ୍ୟାସ୍ପଦ ବୋଲି ସେମାନେ କହିଛନ୍ତି । ଜିଲା ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁଙ୍କ ସମେତ ଜୀବନ ମହାପାତ୍ର, ସୌରଭ ବେହେରା, ଶାନ୍ତନୁ ମହାଳିକ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ