ସମାଜସେବୀ ଡଃ. ନିରୁପମା ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ସମାଜସେବୀ ଡାକ୍ତର ନିରୁପମା ମିଶ୍ରଙ୍କର ରବିବାର ରାତିରେ ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତା ମିଶ୍ର ଭାରତର ପୂର୍ବତନ ଭାଇସ୍ ଆଡିମିରାଲ ସ୍ୱର୍ଗତ ଶ୍ରୀହରିଲାଲ ଶର୍ମାଙ୍କ ବଡଝିଅ ଏବଂ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ଜାତୀୟ ଉପସଭାପତି ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କର ଧର୍ମପତ୍ନୀ । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ଧର୍ମପରାୟଣା ମହିଳା ଥିଲେ । ସେ ଦେଶବିଦେଶରୁ ଶିକ୍ଷା ଗ୍ରହଣ କରିସାରିଲା ପରେ ବିଦେଶରୁ ଫେରିଆସି ବିବାହ ପୂର୍ବରୁ ଏବଂ ବିବାହ ପରେ ମଧ୍ୟ ଲୋକମାନଙ୍କର ମାଗଣା ଚିକିତ୍ସା କରୁଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ କାଳିପ୍ରସାଦ ମିଶ୍ର, ବଡ ଝିଅ ଅଭିନେତ୍ରୀ ଜ୍ୟୋତି ମିଶ୍ର, ସାନଝିଅ କୀର୍ତୀମୟୀ ମିଶ୍ର, ପୁତ୍ର ଶକ୍ତି ପ୍ରସାଦ ମିଶ୍ର ଏବଂ ନାତି, ନାତୁଣୀମାନେ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାଏକ, ରାଜ୍ୟ ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ଟି.ପ୍ରସାଦ ରାଓ ଦୋରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଡଃ. ମିଶ୍ରଙ୍କର ଶେଷ ଦର୍ଶନ କରିଥିଲେ । ବିଳମ୍ବିତ ରାତ୍ରିରେ ପୁରୀ ସ୍ୱର୍ଗଦ୍ୱାରରେ ଡଃ. ମିଶ୍ରଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ