ବସ ଦୁର୍ଘଟଣାରେ ଆହତ ମାନଙ୍କୁ ଭେଟିବା ପାଇଁ ବିଜେପିର ଏକ ପ୍ରତିନିଧି ଦଳ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ନିକଟରେ ହୋଇଥିବା ମର୍ମନ୍ତୁଦ ବସ ଦୁର୍ଘଟଣାରେ ଆହତ ମାନଙ୍କୁ ଭେଟିବା ପାଇଁ ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ ଯାଇ ଚିକିତ୍ସିତ ହେଉଥିବା ଆହତ ରୋଗୀ ମାନଙ୍କୁ ଭେଟି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ଏବଂ ମୃତାହତ ବ୍ୟକ୍ତି ମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ସେମାନଙ୍କୁ ଏପରି ଏକ ଦୁଃଖଦ ପରିସ୍ଥିତିରେ ମହାପ୍ରଭୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ବଡ଼ ମେଡ଼ିକାଲ୍ ସୁପରିଟେଣ୍ଡଙ୍କ ସହିତ କଥାବାର୍ତ୍ତା ହେବା ସହ ବିଭିନ୍ନ ବିଭାଗର ଡ଼ାକ୍ତରଙ୍କୁ ନେଇ ତୁରନ୍ତ ଗୋଟିଏ ଟିମ୍ ଗଠନ କରି ଦୁର୍ଘଟଣା ଗ୍ରସ୍ତ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଦାବୀ କରିଥିଲେ । ଦୁର୍ଘଟଣା ଗ୍ରସ୍ତ ରୋଗୀଙ୍କ ମଲଟିପୁଲ୍ ଇନଜୁରୀ ଅଛି । ତେଣୁ ଗୋଟିଏ ଜାଗାରେ ଦୁର୍ଘଟଣା ଗ୍ରସ୍ତ ରୋଗୀଙ୍କୁ ସୁବିଧା ସୁଯୋଗ ଯୋଗାଇବା ପାଇଁ ବିଭିନ୍ନ ବିଭାଗର ଡ଼ାକ୍ତରଙ୍କୁ ନେଇ ଏକ ଟିମ୍ ଗଠନ କରି ଚିକିତ୍ସା ଯୋଗାଇବା ଜରୁରୀ ହୋଇପଡ଼ିଛି । ବଡ଼ ମେଡ଼ିକାଲରେ ବିଜେପିର ପ୍ରତିନିଧି ଦଳ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଲାବେଳେ ‌ଜାଣିବାକୁ ପାଇଲେ ବଡ ମେଡ଼ିକାଲରେ ଏକ୍ସରେ ଏବଂ ସିଟି ସ୍କାନ୍ ମେସିନ କାର୍ଯ୍ୟ କରୁନଥିବା ଏବଂ ସିଟି ସ୍କାନ୍ ପାଇଁ ଦୁର୍ଘଟଣା ଗ୍ରସ୍ତ ରୋଗୀଙ୍କୁ ବାହାରକୁ ପରୀକ୍ଷା ପାଇଁ ପଠାଯାଉଥିବା ଜାଣି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଅସନ୍ତୋଷ ଜାହିର କରିଥିଲେ । ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଜିଲ୍ଲା ସଭାପତି ଶ୍ରୀ ଜେନା ବଡ଼ ମେଡ଼ିକାଲର ବିଭିନ୍ନ ସମସ୍ୟାକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିବା ସହିତ ଦୁର୍ଘଟଣା ଗ୍ରସ୍ତ ରୋଗୀଙ୍କୁ ଦୁଇ ଘଣ୍ଟା ମଧ୍ୟରେ ସିଟି ସ୍କାନ୍ ସହ ଉପଯୁକ୍ତ ଆନୁସଙ୍ଗିକ ସୁବିଧା ପ୍ରଶାସନ ଯୋଗାଇ ନ ଦିଅନ୍ତି ତେବେ ଦୁର୍ଘଟଣା ଗ୍ରସ୍ତ ରୋଗୀଙ୍କ ସମ୍ପୁର୍ଣ୍ଣ ଚିକିତ୍ସା ଦାୟୀତ୍ୱ ଦଳ ପକ୍ଷରୁ ନିଆଯିବ ଯେଉଁ ରୋଗୀ ଚାହିଁବେ ସେମାନଙ୍କୁ ବିଜେପି ତାର ନିଜସ୍ବ ଖର୍ଚ୍ଚରେ ପ୍ରାଇଭେଟ୍ ହସ୍ପିଟାଲକୁ ନେଇ ସେମାନଙ୍କୁ ଚିକିତ୍ସା ଯୋଗାଇବା ଦେବା ସହ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବ ବୋଲି ଜଣାଇଛନ୍ତି । ଏଣୁ ଜିଲ୍ଲା ସଭାପତି ଶ୍ରୀ ଜେନା ଦଳ ପକ୍ଷରୁ ଏକ ୨୪ ଘଣ୍ଟିଆ ସହାୟତା କେନ୍ଦ୍ର କାର୍ଯ୍ୟ କରିବା ପାଇଁ ହେଲ୍ପ ନମ୍ବର ପ୍ରକାଶ କରିଛନ୍ତି । ୯୪୩୭୦୯୫୩୫୯, ୯୩୩୮୫୮୩୧୨୯, ୯୦୪୦୩୭୭୫୯୦ ଏହି ସହାୟତା ନମ୍ବର ଗୁଡ଼ିକରେ ଦୁର୍ଘଟଣା ଗ୍ରସ୍ତ ରୋଗୀ ଏବଂ ସମ୍ପର୍କୀୟ ମାନେ ଯୋଗାଯୋଗ କରି ପାରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏହି ସମୟରେ ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ବିଜେଡ଼ି ସରକାରଙ୍କ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ ପ୍ରତି କେତେ ଆନ୍ତରିକତା ଅଛି ତାହା ଆଜି ପଦାରେ ପଡ଼ିଛି । ବଡ଼ ମେଡ଼ିକାଲରେ ଟ୍ରମାକେର୍ କେତେ କାମ କରୁଛି ତାହା ଆଜି ପଦାରେ ପଡିଯାଇଛି । ବଡ଼ ମେଡ଼ିକାଲରେ ବିଭିନ୍ନ ସମସ୍ୟାକୁ ନେଇ ବିଜେପି ବିଭିନ୍ନ ସମୟରେ ଦାବୀ କରି ଆସୁଥିଲେ ମଧ୍ୟ ଏହାକୁ କର୍ଣ୍ଣପାତ ନକରି ସ୍ଥାନୀୟ ପ୍ରଶାସନ ଓ ଲୋକ ପ୍ରତିନିଧି ଠିକ୍ ଅଛି ବୋଲି କହି ବ୍ରହ୍ମପୁର ବାସୀଙ୍କ ଭୁଆଁ ବୁଲାଇବା ଆଜି ପଦାରେ ପଡ଼ିଛି । ଆଜି ବିଜେପି ପ୍ରତିନିଧି ଦଳ ସହ ସାମ୍ନାସାମ୍ନୀ ହେଇଥିବା ବ୍ରହ୍ମପୁର ସାଂସଦ, ବିଧାୟକ, ମେୟର ଏବଂ ବିଜେଡ଼ି ଜିଲ୍ଲା ସଭାପତିଙ୍କୁ ମଧ୍ୟ ବିଜେପି ପ୍ରତିନିଧି ଦଳ ବଡ଼ ମେଡ଼ିକାଲରେ ସିଟି ସ୍କାନ କାମ କରୁନଥିବା ଏବଂ ଦୁର୍ଘଟଣା ଗ୍ରସ୍ତ ରୋଗୀଙ୍କୁ ଆନୁସଙ୍ଗିକ ସୁବିଧା ମିଳୁନଥିବା ବିଷୟକୁ ନେଇ ଯୁକ୍ତିତର୍କ ହେବା ସହ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ଦାବୀ ଜଣାଇଥିଲେ । ଏହି ସମୟରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସମେତ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,ବରିଷ୍ଠ ନେତା ମହନ୍ତ ଚିନ୍ମୟାନନ୍ଦ ଦାସ,ଜିଲ୍ଲା ଉପସଭାପତି ଡ଼ା.ସୁବାଷ ସାହୁ,ରାମ କୁମାର ପାତ୍ର,ସୁନିଲ କୁମାର ସାହୁ,ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା,ଜିଲ୍ଲା ସ୍ୱାସ୍ଥ୍ୟ ସେଲ୍ ସଂଯୋଜକ ରାଜୀବ କୁମାର ମିଶ୍ର,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁନିଲ ପାତ୍ର,‌‌ ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ର,ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସୁମିତ ପାତ୍ର,ଦେବୁନ୍ ପଟ୍ଟନାୟକ,ସରୋଜ କୁମାର ଦାସ,ମନୋଜ ପାଢ଼ୀ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ