ବିଦ୍ୟୁତ ବିଭ୍ରାଟ ପାଇଁ ଟିପିଓସିଏଡିଏଲ୍ ଭିତ୍ତିଭୂମି ସଜାଡିବା ଆବଶ୍ୟକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ୨ନଂ ୱାର୍ଡର ବଡବାରଙ୍ଗ ବିଦ୍ୟାଳୟଠାରୁ ମଧ୍ୟଖଣ୍ଡି ଗ୍ରାମ ରାସ୍ତାରେ ବିଦ୍ୟୁତ୍ ଏଲଟି ଲାଇନ୍‌ର ଅର୍ଦ୍ଧେକ କେବୁଲ କରାଯାଇଥିବା ବେଳେ ଦୀର୍ଘବର୍ଷ ହେବ ଅନ୍ୟ ଅର୍ଦ୍ଧେକ ଅଂଶକୁ କେବୁଲ କରାନଯାଇ ବନ୍ଦ ହୋଇ ପଡିରହିଛି । ବାକି ଥିବା ଅର୍ଦ୍ଧାଧିକ ଅଂଶ ବିଦ୍ୟୁତ ଏଲ୍‌ଟି ଲାଇନକୁ କେବୁଲ କରିବା ପାଇଁ ବିଦ୍ୟୁତ ବିଭାଗ(ଟିପିସିଓଡିଏଲ୍‌) ର ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ନିବେଦନ କରାଯାଇଥିଲେ ମଧ୍ୟ ସେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଦୀର୍ଘ ଦୁଇମାସରୁ ଉର୍ଦ୍ଧ ହେବ ବକେୟା ଥିବା ଏଲ୍‌ଟି ଲାଇନରେ ଗଛଡାଳ ପଡି ବିଦ୍ୟୁତ ବିଭ୍ରାଟ ହେଉଥିବା ଅଭିଯୋଗ ହେଉଛି । ଏତଦ୍‌ବ୍ୟତୀତ ଦୁଇମାସ ହେବ ଦିନକୁ ବାରଘଣ୍ଟା ଅଘୋଷିତ ବିଦ୍ୟୁତ କାଟ କରାଯାଉଛି । କେବୁଲ କରାଗଲେ ବିଦ୍ୟୁତ ଚୋରିକୁ ରୋକାଯାଇପାରିବା ସହିତ ଗ୍ରାହକମାନେ ଉପଯୁକ୍ତ ଭୋଲ୍‌ଟେଜ୍ ପାଇପାରିବେ । ସେହି ରାସ୍ତାରେ ଗଣେଶ୍ୱର ମେକାପଙ୍କ ବାସଗୃହ ନିକଟସ୍ଥ ଛକରେ ଥିବା ବିଦ୍ୟୁତ୍ ଖୁଣ୍ଟଟି ଦୀର୍ଘବର୍ଷ ହେବ ଅଧାଭଙ୍ଗା ଅବସ୍ଥାରେ ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ରହିଅଛି । ସେଠାରେ ନୂତନ ବିଦ୍ୟୁତ ଖୁଣ୍ଟ ବସିସାରିଥିଲେ ମଧ୍ୟ ସଂପୃକ୍ତ ଭଙ୍ଗା ଖୁଣ୍ଟକୁ ସେଠାରୁ ଉଠାନଯିବା ଫଳରେ ସ୍ଥାନୀୟ ଅଞ୍ଚଳର ଛୋଟଛୋଟ ପିଲାଙ୍କ ପାଇଁ ଏହା ଘୋର ବିପଦ ସୃଷ୍ଟି କରିଛି । ଏବେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀ ବଳଦେବଜୀୟୁଙ୍କ ରଥଯାତ୍ରା ଆରମ୍ଭ ହୋଇଯାଇଛି । ଏହି ସମୟରେ ସେହି ରାସ୍ତାଟିକୁ ଏକପାଖିଆ ରାସ୍ତା ଭାବେ ବ୍ୟବହୃତ କରାଯାଉଥିବାବେଳେ ସଂପୃକ୍ତ ଅଧାଭଙ୍ଗା ବିଦ୍ୟୁତ ଖୁଣ୍ଟଟି କେତେବେଳେ ଯେ ଦୁର୍ଘଟଣା ଓ ଧନଜୀବନ ହାନି ନ କରିବ ତାହା କହିହେବ ନାହିଁ । ତେଣୁ ତୁରନ୍ତ ସଂପୃକ୍ତ ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ଷ୍ଟେଟ୍ ବ୍ୟାଙ୍କ୍ ଅଧିକାରୀ ଗଣେଶ୍ୱର ମେକାପ ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ