ଗୋ’ମାତା ଚୋରୀକୁ ନେଇ ବିଶ୍ୱହିନ୍ଦୁ ପରିଷଦର ଉଦବେଗ
ବାଲେଶ୍ୱର, (ସରୋଜ ପଣ୍ଡା):ସାମ୍ପ୍ରତିକ ସ୍ଥିତିରେ ହିନ୍ଦୁମାନଙ୍କ ପ୍ରତି ଅନ୍ୟ ସମ୍ପ୍ରଦାୟର ବଢ଼ିଚାଲିଥିବା ଆକ୍ରୋଶ ଓ ବିପଦମୁଖୀ ଗୋମାତାଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱିହିନ୍ଦୁ ପରିଷଦ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ରେଣୁକା କଲ୍ୟାଣ ମଣ୍ଡପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱହିନ୍ଦୁ ପରିଷଦ ବାଲେଶ୍ୱର ଜିଲା ସଭାପତି ଡ. ସୁଧାଂଶୁ ପରିଡ଼ା, ସମ୍ପାଦକ ଦେବବ୍ରତ କର, ଉପ-ସଭାପତି କସ୍ତୁରୀ ସରକାର, ନଗର ସଭାପତି ରାକେଶ ସିଂହ ଓ ଆରଏସଏସ ନଗର ପ୍ରତିନିଧି ଗୋପାଲ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ସହରଠାରୁ ଗାଁ ଗହଳି ପର୍ଯ୍ୟନ୍ତ ବଢ଼ି ଚାଲିଥିବା ଗୋରୁଗାଈ ଚୋରୀକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ନିର୍ଦ୍ଦିଷ୍ଟ ଏକ ସମ୍ପ୍ରଦାୟର ଲୋକେ ବିଳମ୍ବିତ ରାତିରେ ଗୋରୁ ଚୋରୀ ସହ ଅନ୍ୟତ୍ର ଚାଲାଣ କରୁଛନ୍ତି । ସବୁ ଜାଣି ପୁଲିସ ନିରବ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଥିଲେ । ଅନ୍ୟପକ୍ଷରେ ଭୋଟ ରାଜନୀତିକୁ ଗୁରୁତ୍ୱ ଦେଉଥିବା ରାଜନେତା ଓ ଲୋକ ପ୍ରତିନିଧି ଚୁପ ରହିବା ଯୋଗୁଁ ହିନ୍ଦୁଙ୍କ ଉପରେ ଏବେ ଦୌରାତ୍ମ୍ୟ ବଢ଼ି ଚାଲିଛି । ଏ ବାବଦରେ ଉଚିତ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ବାଲେଶ୍ୱର ସମେତ ଓଡ଼ିଶାରେ ବିଷମ ସ୍ଥିତି ଉପୁଜିବ ବୋଲି ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ ଏହି ସାମ୍ବାଦିକ ସମ୍ମିଳନୀରେ ସତର୍କ କରାଇଛନ୍ତି ।