ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଏବଂ ପ୍ରାକ୍ତନ ଡିଏଫ୍ଓ ସଂଗ୍ରାମ ବେହେରାଙ୍କ ବିରୁଦ୍ଧରେ ଜାମିନ ବିହନ ପରୱାନା ଜାରି କଲେ ମାନ୍ୟବର ଏସ୍ଡିଜେଏମ୍ କୋର୍ଟ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବନ ବିଭାଗର ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁମାମଲା ଘଟଣାର ଫାଇଲ ମାନ୍ୟବର ଏସ୍ଡିଜେଏମ୍ କୋର୍ଟରେ ବିଚାରଣା ନିମନ୍ତେ ପୁଣି ଆବେଦନ ହୋଇଥିଲା । ଯାହାକି ଘଟଣାଟି ନୂଆ ମୋଡ ନେଇଥିବା ବେଳେ ବର୍ତ୍ତମାନ ଘଟଣାରେ ଆଉ ଗୋଟାଏ ନୂତନ ଟ୍ୱିଷ୍ଟ ଆସିଛି । ମାନ୍ୟବର ଏସ୍ଡିଜେଏମ୍ କୋର୍ଟରେ ଏସିଏଫ୍ ମୃତ୍ୟୁ ଘଟଣାର ବିଚାରଣା ଆରମ୍ଭ ହେବା ପର ଠାରୁ ମୃତ ଏସିଏଫ୍ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଏବଂ ପ୍ରାକ୍ତନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇନାହାନ୍ତି । ମାନ୍ୟବର କୋର୍ଟ ପକ୍ଷରୁ ପ୍ରଥମେ ୨୭.୦୪.୨୦୨୩, ୧୬.୦୫.୨୦୨୩ ଆଦିରେ ହାଜର ହେବାପାଇଁ ସମନ କରାଯାଇଥିଲା । ଏହାପରେ ମଧ୍ୟ ଏବଂ ବିଭିନ୍ନ ତାରିଖ ଗୁଡିକରେ ହାଜରା ହେବାପାଇଁ ସମନ ପଠାଯାଇଥିଲା । ହେଲେ ଉଭୟେ ମାନ୍ୟବର କୋର୍ଟର ଆଦେଶ ପ୍ରକାରେ ହାଜର ନ ହେବାରୁ ଜାମିନ ବିହନ ପରୱାନା ଜାରି କରାଯାଇଥିବା ଏବଂ ଏହା ୦୭.୦୭.୨୦୨୩ ବଳବତ୍ତର ରହିବ ବୋଲି ଏସ୍ଡିଜେଏମ୍ କୋର୍ଟ ପକ୍ଷରୁ ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଗତ ୨୦୨୧ ଜୁଲାଇ ମାସରେ ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା ସମଗ୍ର ରାଜ୍ୟରେ ବହୁ ଚର୍ଚ୍ଚିତ ହୋଇଥିଲା ।