କୁଡ଼ିଆ ତଳେ ଆଦିବାସୀ ପରିବାର, କାହାପାଇଁ ଆବାସ ଯୋଜନା ?

ପୋଲସରା, (ଅନିଲ କୁମାର ମହାରଣା):ଜଣେ ଆଦିବାସୀ ମହିଳା ୨୦୧୭ ମସିହା ଠାରୁ ୨୦୨୨ ପର୍ଯ୍ୟନ୍ତ ଗୋଛାବାଡି ଗ୍ରାମ ପଞ୍ଚାୟତର ୱାର୍ଡ ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ସେ ପାଞ୍ଚ ବର୍ଷ ଭିତରେ ନିଜ ପାଇଁ ଇନ୍ଦିରା ଆବାସ ଖଣ୍ଡେ କରିପାରିଲେ ନାହିଁ। ତାଙ୍କ ଅନୁରୋଧ ସରପଞ୍ଚ କିମ୍ବା ପ୍ରଶାସନ କେହି ଶୁଣି ନଥିଲେ। ଆଜି ମଧ୍ୟ ସେହି ୱାର୍ଡ ସଭ୍ୟ ଜଣଙ୍କ ଭଙ୍ଗା ଚାଳ ଛପର କୁଡିଆ ଘରେ ଜୀବନ ବିତାଉ ଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟ ପୋଲସରା ବ୍ଲକ ଅନ୍ତର୍ଗତ ଗୋଛାବାଡି ଗ୍ରାମ ପଞ୍ଚାୟତର ଗୋଛାବାଡ଼ି ଗ୍ରାମରେ ଦେଖିବାକୁ ମିଳିଛି। ସେମାନେ ହେଲେ ପୂର୍ବତନ ୱାର୍ଡ ସଭ୍ୟା ଭାଗ୍ୟ ଜାନି (୫୫) ଓ ତାଙ୍କ ସ୍ବାମୀ ସୁଦୁରୁ ଜାନି (୬୦)। ସ୍ବାମୀ ଓ ସ୍ତ୍ରୀ ଦୁଇଜଣ ଦିନ ମଜୁରିଆ ଭାବେ କାମ କରି ଜୀବନ କାଟୁଛନ୍ତି। ବିଡମ୍ବନା ଏହିଯେ ଯେଉଁ ସରପଞ୍ଚମାନଙ୍କୁ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ ବର୍ଷ ଧରି ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇ ଜୟଯୁକ୍ତ କରିବାରେ ସହଯୋଗ କରିଛନ୍ତି ସେମାନେ କିପରି ଗରିବ ଆଦିବାସୀଙ୍କ ପାଇଁ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ପାରିଲେ ନାହିଁ ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଆବାସ ଗୃହ ଖଣ୍ଡିଏ ପାଇବା ପାଇଁ ବହୁ ବାର ବ୍ଲକ ଅଫିସକୁ ଧାଇଁ ଧାଇଁ ନୟାନ୍ତ ହେଲେଣି ଆଦିବାସୀ ପରିବାର। ତେବେ ପ୍ରଶ୍ନ ଉଠୁଛି, ଯଦି ଜଣେ ଆଦିବାସୀ ପରିବାରକୁ ଆବାସ ଗୃହ ମିଳିପାରୁ ନାହିଁ, ତେବେ କାହାପାଇଁ ଆବାସ ଯୋଜନା ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ