ବରିଷ୍ଠ ଡାକ୍ତରଙ୍କ ଅଭାବରୁ ଅକାଳ ମୃତ୍ୟୁ ବିରୁଦ୍ଧରେ ଜନଆନ୍ଦୋଳନ ହେବ

ବ୍ରହ୍ମପୁର, (ଅନିଲ କୁମାର):ସହରର ବିଭିନ୍ନ ସମସ୍ୟା ବିରୁଦ୍ଧରେ ଲଗାତାର ଭାବେ ଲଢେଇ କରୁଥିବା ମାନବ ଅଧିକାର ସୁରକ୍ଷା ମଞ୍ଚର ମାସିକ ବୈଠକ ସ୍ଥାନୀୟ ବିଜିପୁର କମ୍ୟୁନିଟି ହଲ ଠାରେ ଅନୁଷ୍ଠିତ ହୋଇଯାଇଛି l ସଭାପତି ଗଗନ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ ଏମକେସିଜି ମେଡିକାଲରେ ବରିଷ୍ଠ ଡାକ୍ତରଙ୍କ ଅଭାବରୁ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସହ ରୋଗୀଙ୍କ ଅକାଳ ମୃତ୍ୟୁ ,ବେନିୟମ ଭାବେ ପାର୍କିଂ ଫି ଆଦାୟ,ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା ଘର ଟିକସ ବୃଦ୍ଧି ଆଦି ସମ୍ବନ୍ଧରେ ଆଲୋଚନା ହୋଇଯାଇଛି l ଏହିପରି ସ୍ଥିତିରେ ଲୋକ ପ୍ରତିନିଧିଙ୍କ ନିରବତା ଜନ ମହଲରେ ଅସନ୍ତୋଷ ସୃଷ୍ଟି କରିଥିବା ବେଳେ ଖୁବ ଶୀଘ୍ର ସାମ୍ପ୍ରତିକ ସମସ୍ୟା ଗୁଡିକ ସମାଧାନ ଦାବୀ ନେଇ ଜନ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ହୋଇଛି l ଅନ୍ୟ ମାନଙ୍କ ମଧ୍ୟରେ ବଂଶୀଧର ଭୂୟାଁ,ପଙ୍କଜ କୁମାର ନାୟକ, ସlଲ୍ଲା କେଶବ ଲିଙ୍ଗମ,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ବିରେନ କୁମାର ବେହେରା, କବିରାଜ ସାହୁ,ରାମଚନ୍ଦ୍ର ସାହାଣୀ, ବିଜୟ ଚନ୍ଦ୍ର ବିଶୋଇ, ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ