ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ବୃକ୍ଷରୋପଣ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରଭୁ ଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ଉପଲକ୍ଷେ ତୁଷାର ଚାରିଟେବୁଲ ଟ୍ରଷ୍ଟ ଏବଂ ନ୍ୟୁ ଏଜି ରେସିଡେନ୍ସି କମିଟିର ମିଳିତ ସହଯୋଗରେ ୱାର୍ଡ଼ ନଂ-୨୮ ନ୍ୟୁ ଏଜି କଲୋନୀରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଜଗନ୍ନାଥ ପ୍ରଧାନ, ସୁରେଶ ଚନ୍ଦ୍ର ଜେନା, ଜିତେନ୍ଦ୍ର କୁମାର ଜେନା, ଟ୍ରଷ୍ଟର ଉପଦେଷ୍ଟା ଶିବିର କୁମାର ପରିଡ଼ା, ପ୍ରଶାନ୍ତ ମହାନ୍ତି, ରାକେଶ ସେଠୀ, ବିଶ୍ୱରଞ୍ଜନ ନାୟକ, ଅମ୍ଲେଶ ଦାସ, ଆନନ୍ଦ ପାତ୍ର, କୃଷ୍ଣଚନ୍ଦ୍ର ପୃଷ୍ଟି, ନ୍ୟୁ ଏଜି କଲୋନୀର ସମ୍ପାଦକ ସତ୍ୟନାରାୟଣ ମିଶ୍ର, ଜୟଦେବ ସାସିନି, ଅଶୋକ କୁମାର ପଟ୍ଟନାୟକ, ନିହାର ଚାନ୍ଦ, ଫକୀର ଚନ୍ଦ୍ର ବେହେରା, ଅଭିଷେକ କୁମାର, ମହେନ୍ଦ୍ର ଶତପଥୀ, ସୁବ୍ରତ ସିଂ, ଜିତେନ୍ଦ୍ର କୁମାର, ନିଶି ଚାନ୍ଦ ଏବଂ ବଳରାମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେଇଥିଲେ । ସମ୍ପ୍ରତି ଯେଉଁଭଳି ଭାବରେ ଗଛ ସବୁ କଟାଚାଲିଛି ତାହାର କୁପ୍ରଭାବ ଜୀବଜଗତ ଓ ପ୍ରାଣୀଜଗତ ଉପରେ ପଡୁଛି । ବୃକ୍ଷ ଛେଦନ ଫଳରେ ଛଅ ଋତୁ ଆଜି ସାତ ସପନ । ପରିବେଶ ପ୍ରଦୂଷଣ ହେବା ସହିତ ଉତ୍ତାପ ବୃଦ୍ଧି ପାଉଛି । ଫଳରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗୋଟିଏ ଗଛ ଲଗାଇବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଗଛ ହିଁ ଜୀବନ, ଗଛ ହେଉଛି ମନୁଷ୍ୟର ପରମ ବନ୍ଧୁ । ତେଣୁ ଆମ ସମସ୍ତଙ୍କର ଦାୟତ୍ୱ ଗଛଟିଏ ଲଗାନ୍ତୁ ଏବଂ ଗଛର ଯତ୍ନ ନିଅନ୍ତୁ ବୋଲି ସମ୍ପାଦକ ଶ୍ରୀ ବାରିବ ପରାମର୍ଶ ଦେଇଥିଲେ ।