ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀଙ୍କୁ ମିଳିଲା ରନ୍ଧା ଖାଦ୍ୟ
ଛତ୍ରପୁର, (ଦେବଦତ୍ତ ମହାରଣା):ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରୋଗୀମାନଙ୍କ ନିମନ୍ତେ ରନ୍ଧାଖାଦ୍ୟର ଶୁଭାରମ୍ଭ ହୋଇଯାଇଛି । ଏହାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ପୋଟ୍ଟଲାମପୁର ଗ୍ରାମର ମା ଦୂର୍ଗା ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ରରେ ଯେ କୈାଣସି ଗୋଗୀ ରୁହନ୍ତି ସେମାନଙ୍କ ନିମନ୍ତେ ଏହି ଖାଦ୍ୟ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ଏହି ଶୁଭାରମ୍ଭ ବେଳେ ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳ, ପୋଟ୍ଟଲାମପୁର ସରପଞ୍ଚ ନୀରଜଂନ ପ୍ରଧାନ, ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ, ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧୀକ୍ଷୀକ ଡାକ୍ତର ସୈାମ୍ୟକାନ୍ତ ମହାପାତ୍ର, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ବିପିଏମ ସିମାଞ୍ଚଳ ପ୍ରଧାନ, ରୋଗୀ କଲ୍ୟାଣ ସମିତିର ସଭ୍ୟ ପ୍ରବାସୀ ପ୍ରଧାନ, ପ୍ରମୋଦ କୁମାର ସାହୁ, ରାଜେନ୍ଦ୍ର ନାହାକ, ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର , ନର୍ସ ଓ କର୍ମଚାରି ମାନେ ଉପସ୍ଥିତ ଥିଲେ ।