ମା ନିଜ ତିନି ସନ୍ତାନକୁ ନେଇ ଆତ୍ମହତ୍ୟା ଉଦ୍ୟମ

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ କରଡ଼ାକଣା ପଞ୍ଚାୟତ ଲାଉଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ମା ଜନ୍ମ କରିବା ନିଜ ଦୁଇ ଝିଅ ଓ ପୁଅକୁ ପ୍ରଥମେ କୁଅଁକୁ ଠେଲି ନିଜେ ମଧ୍ୟ କୁଅଁକୁ ଡେଇଁ ପଡିଥିଲା l ଝିଅର ଚିତ୍କାର ଶୁଣି ଗାଁଲୋକେ କୁଅଁ ପାଖକୁ ଆସି ବଡ଼ ଝିଅ ଗୁଞ୍ଜନ ଓ ମା କୁ ଜୀବନ୍ତ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ l କିନ୍ତୁ ସାନ ଝିଅ ଅଲିଶା ଓ ପୁଅ ଆଶିଷକୁ ଉଦ୍ଧାର କରି ନପାରି ସଙ୍ଗେ ସଙ୍ଗେ ଅଗ୍ନିଶମ କେନ୍ଦ୍ର ଓ ପୋଲିସକୁ ଖବର ଦେଇଥିଲେ l ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୁଇ ପୁଅ ଓ ଝିଅକୁ ମୃତ ଅବସ୍ଥାରେ କୁଅଁରୁ ଉଦ୍ଧାର କରିଥିଲେ l ମା ଓ ବଡ଼ଝିଅ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରି ସାନ ଝିଅ ଓ ପୁଅଙ୍କ ମୃତ୍ୟୁ ଖବର ପାଇ ମା ଘର ଭିତରକୁ ଯାଇଛି ଜିଭ କାଟି ପୁଣି ଆତ୍ମ ହତ୍ୟାର ଉଦ୍ୟମ କରିଥିଲା l ଗାଁ ଲୋକେ ଦେଖି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଶେରଗଡ଼ ଓ ପରେ ବ୍ରହ୍ମପୁର ବଡମେଡିକାଲ ଚିକିତ୍ସା ନିମନ୍ତେ ନେଇଥିଲେ l ଏହି ଘଟଣାର ପ୍ରକୃତ କାରଣ ବର୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି l କିନ୍ତୁ ପାରିପାର୍ଷିକ ସ୍ଥିତିରୁ ଶୁଣିବାକୁ ମିଳୁଛି ଯେ ଶଶୁର ଓ ବୋହୁ ମଧ୍ୟରେ କୌଣସି ପ୍ରକାର ପାରିବାରିକ ଅଶାନ୍ତି ଲାଗି ରହିଥିଲା l ଯାହାଫଳରେ ବୋହୁ ରଶ୍ମିତା ନିଜ ଛୁଆଙ୍କ ସହ ଆତ୍ମହତ୍ୟା କରିବାକୁ ଚାହୁଁଥିଲା l ପୋଲିସ ସୂତ୍ରରୁ ଏହି ଘଟଣା କାରଣର କୌଣସି ସୂଚନା ମିଳିନାହିଁ l ପୋଲିସ ଘଟଣାର ତଦନ୍ତ ଜାରି ରଖି ମୃତ ଶରୀରକୁ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ପଠାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ