ଗ୍ରାମୀଣ ଗୃହ ନିର୍ମାଣ ସଂଯୋଜକଙ୍କୁ ମାଡ ଅଭିଯୋଗ

କେନ୍ଦ୍ରାପଡା – ଗ୍ରାମୀଣ ଗୃହ ନିର୍ମାଣ ସଂଯୋଜକଙ୍କୁ ମାଡମରାଯିବା ସମ୍ପର୍କରେ ଜିଲ୍ଲାପାଳଙ୍କ ନିଟରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଂଚାୟତର ସୈାଜନ୍ୟ କୁମାର ପରିଡା (୩୦) କେନ୍ଦ୍ରାପଡା ବ୍ଲକରେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ପ୍ରକଳ୍ପ ସଂଯୋଜକ ଭାବେ କାର୍ଯ୍ୟରତ ଅଛନ୍ତି । ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ସମସ୍ତ ହିତାଧିକାରୀଙ୍କ କିସ୍ତି ବାବଦ ବିଲ୍‌କୁ ସେ କେନ୍ଦ୍ରାପଡା ବ୍ଲକ ବିଡିଓଙ୍କ ଆଦେଶ କ୍ରମେ ପାସ୍ କରିଥାନ୍ତି । ଗତ ମଙ୍ଗଳବାର ରାତି ପ୍ରାୟ ୯ ଘଟିକା ସମୟରେ ସେହି ଗ୍ରାମର ଅର୍ଜୁନ ପଲାଇ ସୈାଜନ୍ୟଙ୍କ ଘର ନିକଟକୁ ଆସି ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରି ପାଟି ତୁଣ୍ଡ କରିବାରୁ ସେ ଏହାର ପ୍ରତିବାଦ କରିଥିଲେ । ଏଥିରେ ଆସାମୀ ଉତ୍‌କ୍ଷୀପ୍ତ ହୋଇ ଧରିଥିବା ଲୁହାର ଏକ ଧାରୁଆ ଅସ୍ତ୍ରରେ ସୈାଜନ୍ୟଙ୍କୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟ ରେ ତାଙ୍କ ମୁଣ୍ଡକୁ ଜୋରରେ ଆଘାତ କରିଥିଲା । ଯାହାଦ୍ୱାରା ତାଙ୍କର ବାମପଟ ମୁଣ୍ଡରେ ଗୁରୁତ୍ତର ଆଘାତ ହେବା ସହିତ ବାମ ଆଖି ପତା ଉପରଫାଟିଯାଇ ପ୍ରବଳ ରକ୍ତଶ୍ରାବ ହୋଇଥିଲା । ଏହି ଘଟଣାକୁ ନେଇ ସୌଜନ୍ୟ ନିକିରାଇ ଥାନାରେ ଅଭିଯୋଗ କରିବା ସହିତ ବୁଧବାର ଜିଲ୍ଲାପାଳଙ୍କୁ ଭେଟି ସଂପୃକ୍ତ ଆସାମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ