ଅଙ୍ଗନାବାଡି କେନ୍ଦ୍ରରେ ଜନ୍ମିତ ଶିଶୁକୁ କିଟ ପ୍ରଦାନ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଏନଏସି ଅନ୍ତର୍ଗତ ପାଞ୍ଚନମ୍ବର ୱାଡ଼ ର ବଜ଼ାର ହରିଜନ ସାହି ଅଙ୍ଗନାବାଡ଼ି କେନ୍ଦ୍ରରେ ଆଜି ଦୁଇ ମାସ ଜନ୍ମିତ ଶିଶୁକୁ ଶିଶୁକିଟ ପ୍ରଦାନ କରାଯାଇଛି। ଅଙ୍ଗାନାବାଡ଼ି କର୍ମୀ ବବିତା ପଣ୍ଡାଙ୍କ ସଂଯୋଜନାରେ କାଉନସିଲର ସଂଯୁକ୍ତା ଦାସ, ସୁଜତା ମାହାନ୍ତି ଯୋଗଦେଇ ସରକାରଙ୍କ ପ୍ରଦତ୍ତ ବଡ଼ବଜ଼ାର ବାସିନ୍ଦା ସାଗର ସେଠି ଓ ମଲ୍ଲୀ ସେଠୀଙ୍କ ଜନ୍ମିତ ଅଠର ଦିନର ଶିଶୁ କନ୍ୟାକୁ ଶିଶୁ କିଟ ପ୍ରଦାନ କରିଥିଲେ। ସହାୟିକା ଶୈଳ ଶତପଥୀ ଙ୍କ ସମେତ ଅଭିଭାବକ, କମିଟି ସଦସ୍ୟ ଉପସ୍ଥିତ ଥିଲେ।