ଜିଲ୍ଲାସ୍ତରୀୟ ବିଶ୍ଵ ଯୁବ ଦକ୍ଷତା ଦିବସ – ୨୦୨୩ କାର୍ଯ୍ୟକ୍ରମ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ବେତାଗୁଡ଼ା-ହାତିବାଡ଼ି ସ୍ଥିତ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅନ୍ତର୍ଗତ ଦକ୍ଷତା ବିକାଶ କେନ୍ଦ୍ର ଠାରେ ଆଜି ଗଜପତି ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ସରକାରୀ ପଲିଟେକନିକ ଅନୁଷ୍ଠାନ ଏବଂ ଜନ ଶିକ୍ଷା ସଂସ୍ଥାନର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ବିଶ୍ଵ ଯୁବ କୌଶଳ ଦିବସ-୨୦୨୩ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି ।ଏହି ଅବସରରେ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀଙ୍କ ସଭାପତିତ୍ବରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଯୁବକ ଯୁବତୀ ମାନେ ଚାକିରି ପଛରେ ନ ଗୋଡ଼ାଇ ଶିକ୍ଷା ସହିତ ନିଜର କୌଶଳର ବିକାଶ କରି ନିଜକୁ ଆତ୍ମ ନିର୍ଭରଶୀଳ ହେବାକୁ ପରାମର୍ଶ ଦେବା ସହ ଏ ଦିଗରେ ନିଜର ଚରିତ୍ର ଜୀବନକୁ ଖେଲୁଆଡ ମନୋଭାବ ଭାବେ ନ ନେବା ଏବଂ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ଦିଗରେ ସହାୟକ ହେବାକୁ ଆହ୍ବାନ କରିଥିଲେ ।ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ , ଦକ୍ଷତା ବିକାଶ ଆବଶ୍ୟକତାର ବିଭିନ୍ନ ଦିଗ ଉପରେ କହି ପିଲାମାନଙ୍କୁ ବୈଷୟିକ ଶିକ୍ଷାର ଉପଯୋଗିତା ଜାଣିବା ସହ ନିଜକୁ କୌଣସି ଏକ କ୍ଷେତ୍ରରେ କୁଶଳୀ କରାଇ ନିଜ ଗୋଡରେ ନିଜେ ଠିଆ ହେବା ପାଇଁ କାର୍ଯ୍ୟକ୍ଷମ କରାଇବା ଦିଗରେ ଆମେ ସକ୍ଷମ କରାଇବା ଏହି ଦିବସର ଉଦ୍ଦେଶ୍ୟ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜନଶିକ୍ଷା ସଂସ୍ଥାନ ନିର୍ଦ୍ଦେଶକ ଶ୍ରୀ ପି: ଜୀବନ ଦାସ ଏବଂ ସରକାରୀ ପଲିଟେକନିକ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଅନିକେତ ପାତ୍ର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ କାର‌୍ୟ୍ୟକ୍ରମ ପାଳନର ଆଭିମୁଖ୍ୟ ଉପରେ ଉପାଦେୟ ତଥ୍ୟ ପ୍ରଦାନ କରି ଦକ୍ଷତା ହିଁ ସମ୍ବଳ ଏବଂ ଦକ୍ଷତା ଦ୍ଵାରା ହିଁ ନିଜର ଏକ ପରିଚୟ ସୃଷ୍ଟି ହୋଇପାରିବ । ତେଣୁ ଦକ୍ଷତା\’କୁ ଆପଣେଇ ନେଇ ନିଜେ ପ୍ରତିଷ୍ଠିତ ହୋଇ ନିଜ ଚଲା ପଥରେ ଆଗେଇ ଯିବାକୁ ଆହ୍ବାନ କରିଥିଲେ ।ସଭା କାର୍ଯ୍ୟକ୍ରମକୁ କେନ୍ଦ୍ରର ପ୍ରଶିକ୍ଷିକା ଶ୍ରୀମତୀ ମିଲି ଜେନା ସଂଯୋଜନା କରିଥିଲେ ।ଏହି ଅବସରରେ ସଭା କାର୍ଯ୍ୟକ୍ରମ୍ ପ୍ରାରମ୍ଭରେ ଦକ୍ଷତା ବିକାଶ କେନ୍ଦ୍ରର ଏକ ତାଲିମ ଲେବ ଉଦଘାଟନ କରିବା ସହ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ ।ଏଠାରେ ତାଲିମ ନେଇ ହାଇଦ୍ରାବାଦ ଠାରେ ଏକ ଘରୋଇ ହସପିଟାଲରେ ଚାକିରି କରୁଥିବା ସୁଶ୍ରୀ ପି: ନନ୍ଦିନୀ ଏବଂ ରୁତାନି ଶବରଙ୍କୁ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଉପଢୌକନ ଦେଇ ସମ୍ଭର୍ଦ୍ଧିତ କରିଥିଲେ । ପରେ କେନ୍ଦ୍ର ପରିସରରେ ବୃକ୍ଷ ରୋପଣ କରିଥିଲେ । ଶେଷରେ ତାଲିମ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଦକ୍ଷତା ବିକାଶ କେନ୍ଦ୍ରର କେନ୍ଦ୍ରୀୟ ପରିଚାଳକ ଶ୍ରୀ ରାଜେଶ ଗୁରୁ , ମହାତ୍ମାଗାନ୍ଧୀ ନେସନାଲ ଫେଲୋ ଶ୍ରୀ ବଳଭଦ୍ର ସେନାପତି , କେନ୍ଦ୍ରର ପ୍ରଶିକ୍ଷକ ଶ୍ରୀ ପ୍ରତ୍ୟୁଷ ରଞ୍ଜନ ଦଣ୍ଡସେନା ଏବଂ ପ୍ରଶିକ୍ଷିକା ବନିତା ଶବର ଓ ଶ୍ରୀମତୀ ମିଲି ଜେନା ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ