ଶହୀଦ ରଘୁନାଥ ମହାନ୍ତିଙ୍କ ଦେଶପ୍ରେମ ଅବିସ୍ମରଣୀୟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ଶହୀଦ୍ ରଘୁ-ଦିବାକର ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ ୟୁନିଟ-୯ସ୍ଥିତ ପ୍ରତିମୂର୍ତିସ୍ଥଳରେ ମହାନ ବିପ୍ଳବୀ , କବି, ଦେଶପ୍ରେମୀ ଶହୀଦ୍ ରଘୁନାଥ ମହାନ୍ତିଙ୍କ ୧୧୪ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ, ସ୍ମୃତି ସଂସଦର ସାଧାରଣ ସଂପାଦକ ବ୍ରଜବନ୍ଧୁ ପରିଡ଼ା, ମୁଖପାତ୍ର ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ଭାଷାପ୍ରାଣ ଜିତେନ୍ଦ୍ର ଛୋଟରାୟ ଉପସ୍ଥିତ ରହିବା ସହିତ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ରଣପୁର ପ୍ରଜା ଆନ୍ଦୋଳନର ମହାନ କର୍ଣ୍ଣଧାର, ଦେଶପ୍ରେମୀ ତଥା ଦେଶ ମାତୃକା ପାଇଁ ଅବଦାନ ଅବିସ୍ମରଣୀୟ ବୋଲି ମତବ୍ୟ୍କ୍ତ କରିଥିଲେ । ଆଜିର ଯୁବପୀଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ବୋଲି ମାନ୍ୟବର ବିଧାୟକ କହିଥିଲେ । କାର୍ଯ୍ୟକ୍ରମକୁ ନାରାୟଣ ଖୁଂଟିଆ , ଗିରିଜା ମହାପାତ୍ର, ସଂଗ୍ରାମ ପ୍ରମୁଖ ପରିଚାଳନା କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।


