ତପ୍ତପାଣି ଘାଟିରେ ୧୫ ଫୁଟ ତଳକୁ ଖସିଲା ବାଇକ ଚାଳକ ମୃତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ଟି ଗୋବନ୍ଦପୁର ପଞ୍ଚାୟତ ମୁଖ୍ୟ ରାସ୍ତା ତପ୍ତପାଣି ଘାଟି ନିକଟସ୍ଥ ଖେମଣ୍ଡିଖୋଲ ଠାରେ ମଙ୍ଗଳବାର ସକାଳୁ ଏକ ବାଇକ୍ ଭାରସାମ୍ୟ ହରାଇ ୧୫ ଫୁଟ୍ ତଳକୁ ଖସି ଯାଇଥିବା ବେଳେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଉଛନ୍ତି ସାନଖେମୁଣ୍ଡି ବ୍ଳକ କଂସାମାରୀ ଗ୍ରାମର ଡି . ସନ୍ତୋଷ ବୋଲି ପୋଲିସ ସୂଚନା ଦେଇଛନ୍ତି । ଖବରପ୍ରକାରେ , ମୃତ ଜଣକ ଆଜି ସକାଳୁ ଗଜପତିରୁ ନିଜ ଗ୍ରାମ କଂସାମାରୀ ଅଭିମୁଖେ ବାଇକ୍ ଓଡି ୦୫ ବିଏଫ୍ ୯୫୬୬ ଯୋଗେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲେ । ଏହାପରେ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଖବରପାଇ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସନ୍ତୋଷଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ମଧ୍ୟ ଉପସ୍ଥିତ ଡାକ୍ତର ମୃତ ଘୋଷଣା କରିଥିଲେ । ଏପଟେ ପାଟପୁର ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରି ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ବେଳେ ପୋଡାମାରୀ ଫାଣ୍ଡି ଅଧିକାରୀ ପରେମେଶ୍ୱର୍ ମଲ୍ଲିକ ସମେତ କର୍ମଚାରୀ ଘଟଣାସ୍ଥଳରୁ ଏକ ବାଇକକୁ ଉଦ୍ଧାର କରିଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ