ନିମାପଡ଼ା ଥାନାରେ ନୂତନ ଆଇ ଆଇ ସି

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ଥାନାରେ ନୂତନ ଆଇ ଆଇ ସି ଭାବେ ବାମଦେବ ସ୍ବାଇଁ କାର୍ଯ୍ୟରେ ଯୋଗଦାନ କରିଛନ୍ତି।ପୂର୍ବରୁ ଥିବା ଆଇ ଆଇ ସି ଶଙ୍କର୍ଷଣ ଦଳାଇ ଙ୍କ ଯାଜପୁର ଜିଲ୍ଲାକୁ ବଦଳି ହେବା ପରେ ଥାନା ଦାୟିତ୍ବରେ ଗୋପ ଥାନା ଆଇ ଆଇ ସି ସୁନିଲ ପ୍ରଧାନ ଥିଲେ ।ତାଙ୍କର ପ୍ରମୋସନ ହୋଇ ପୁରୀ ଟାଉନ ଥାନାକୁ ବଦଳି ହୋଇଥିବା ବେଳେ ଆଜି ପୁରୀ ଜିଲ୍ଲାରେ ୭ ଜଣ ଆଇ ଆଇ ସି ଙ୍କୁ ଅବସ୍ଥାପିତ କରାଯାଇଥିଲା ।ଆଜି ନୂତନ ଥାନା ଆଇ ଆଇ ସି ଭାବେ ବାମଦେବ ସ୍ବାଇଁ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଆଇନଶୃଙ୍ଖଳା ରକ୍ଷା ଓ ଚୋରାମାଦକ ଦ୍ରବ୍ୟ ଚୋରା କାରବାରକୁ ରୋକିବା ଲାଗି ଉଦ୍ୟମ କରିବି ବୋଲି ନୂତନ ଆଇ ଆଇ ସି ଶ୍ରୀ ସ୍ଵାଇଁ ଗଣମାଧ୍ୟମ କୁ କହିଛନ୍ତି । ନୂତନ ଆଇ ଆଇ ସି ଙ୍କୁ ଚାରିଛକ ସାମ୍ବାଦିକ ସଂଘ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ