ଶ୍ରୀମନ୍ଦିର ଚାରିଦ୍ୱାର ଖୋଲ ଓ ରତ୍ନ ତାଲିକା କର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତ ଜୁଲାଇ ୧୬ ତାରିଖରେ ଓଡ଼ିଶାର କୋଣ ଅନୁକୋଣରୁ ଅନେକ ବୁଦ୍ଧିଜୀବୀ, ସଚେତନଶୀଳ ଓଡ଼ିଆମାନେ ବିଶେଷକରି ଯେଉଁମାନେ ସାମାଜିକ ଗଣମାଧ୍ୟମରେ ସକ୍ରିୟ, ସେମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇ ରାଜ୍ୟର ସାମଗ୍ରିକ ସ୍ଥିତି ଓ ବୌଦ୍ଧିକ ଜଗତର କର୍ତ୍ତବ୍ୟ ଶୀର୍ଷକ ଆଲୋଚନାରୁ ଅନୁଭୂତ ହୋଇଥିଲା ଏକ ସଂଗଠିତ ଅଭିଯାନର ଆବଶ୍ୟକ । ଅତଏବ ଏହି ସମ୍ମିଳନୀରୁ ଜନ୍ମଲାଭ କଲା ‘ଓଡ଼ିଆ ଅସ୍ମିତା ଜାଗରଣ ଅଭିଯାନ’ ଏବଂ ଏହାର ପ୍ରଥମ କାର୍ଯ୍ୟସୂଚୀରେ ଏ ଜାତିର, ବିଶ୍ୱର କୋଟି କୋଟି ଶଙ୍ଖକ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ର କେଉଁ ଅନାଦି ଅନନ୍ତ କାଳରୁ କେବଳ ଓଡ଼ିଶା ବା ଭାରତ ନୁହେଁ, ଅଧିକନ୍ତୁ ସମଗ୍ର ବିଶ୍ୱର ଜନଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ କେନ୍ଦ୍ର ଭାବେ ସୁପରିଚିତ । ଏହା ବିଷ୍ଣୁ କ୍ଷେତ୍ର ଭାବରେ କଳିଯୁଗରେ ପ୍ରତିଷ୍ଠା ପାଇଥିଲେ ମଧ୍ୟ ବଶ୍ୱର କୋଣ ଅନୁକୋଣରୁ ବିଭିନ୍ନ ଧର୍ମର ବ୍ୟକ୍ତିବିଶେଷ ଏଠାରେ ଏକତ୍ରିତ ହୋଇ ସେମାନଙ୍କର ଆରାଧ୍ୟଙ୍କୁ ଉପାସନା କରି ଆସୁଛନ୍ତି । ଅତଏବ ଏହା ଏକ ବିଶ୍ୱବନ୍ଦିତ ଆଧ୍ୟାତ୍ମିକ କେନ୍ଦ୍ର, କୌଣସି ସମୟରେ ପର୍ଯ୍ୟଟନସ୍ଥଳ ନୁହେଁ, ଶ୍ରୀମନ୍ଦିରର ଯେକୌଣସି ପ୍ରସ୍ତର ଖଣ୍ଡକୁ ଅନୁଧ୍ୟାନ କଲେ ତାହାର ପୃଷ୍ଠଭୂମିରେ କୌଣସି ନା କୌଣସି ଇତିହାସ, ଦର୍ଶନ ତଥା କିମ୍ବଦନ୍ତୀ ରହିଛି । ଏତାଦୃଶ ଆଧାରରେ ଶ୍ରୀମନ୍ଦିରରେ ଦଶଦ୍ୱାରକୁ ଆଲୋଚନା କଲେ ବହୁ ନିଗୂଢ ତତ୍ତ୍ୱ ତନ୍ମଧ୍ୟରେ ରହିଥିବା ସମ୍ପର୍କରେ ଅନେକ ଗବେଷକ ମତ ଦେଇଛନ୍ତି ।ଗତ ନବକଳେବର ସମୟରେ ନିଶାର୍ଦ୍ଧ ନୀତିକାନ୍ତ କିଭଳି ଦିନ ଦ୍ୱିପ୍ରହରରେ ହେବା ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ପ୍ରକଳ୍ପ ନିର୍ମାଣ ନାମରେ ମଠ ମନ୍ଦିର ଧ୍ୱଂସ କରିବା, ସାଂସଦଙ୍କ ଭାଟିକାନ ସିଟି ପ୍ରସଙ୍ଗ ଠାରୁ ଭକ୍ତଙ୍କୁ ସେମାନଙ୍କ ଭଗବାନଙ୍କ ସହିତ ମିଳନ ମଧ୍ୟରେ ଅଦୃଶ୍ୟ ପ୍ରାଚୀର ସୃଷ୍ଟି କରିବା ଏବଂ ରହସ୍ୟମୟ ପୁରୁଷୋତ୍ତମଙ୍କ ରହସ୍ୟମୟ ରତ୍ନଭଣ୍ଡାରକୁ ଅଧିକରୁ ଅଧିକ ରହସ୍ୟମୟ କରାଇବା ପାଇଁ ସୁଆଙ୍ଗ ସମୂହ ସୃଷ୍ଟି ଜନିତ ଅଭାବନୀୟ ଘଟଣାକ୍ରମରେ ବିଶ୍ୱର କୋଟି କୋଟି ଭକ୍ତଙ୍କ ହୃଦୟକୁ କୁଠାରଘାତ କରିଛି । ଶ୍ରୀମନ୍ଦିରର ଚାରିଦ୍ୱାରକୁ ଧର୍ମ, ଅର୍ଥ, କାମ ଓ ମୋକ୍ଷ ଭାଗରେ କେଉଁ ଆବହମାନ କାଳରୁ ବିଭକ୍ତିକରଣ କରାଯାଇଛି । ସିଂହଦ୍ୱାର ଯେପରି ସତ୍ୟ ଓ ଧର୍ମର ପ୍ରତୀକ, ଠିକ ସେହିପରି ଦକ୍ଷିଣଦ୍ୱାରକୁ ଅର୍ଥଦ୍ୱାର ବା କାଞ୍ôଚ ବିଜୟ ଦ୍ୱାର କହୁାଯାଏ । ପୌରାଣିକ ତଥ୍ୟ ଆଧାରରେ ବିଭୀଷଣ ପ୍ରତ୍ୟହ ଏହି ଦ୍ୱାରରେ ଯାଇ ପ୍ରଭୁଙ୍କୁ ଦର୍ଶନ କରନ୍ତି । ଶ୍ରୀମନ୍ଦିରର ପଶ୍ଚିମଦ୍ୱାର, ଯାହାକୁ ଅର୍ଥ ଦ୍ୱାର ବା ବାଘଦ୍ୱାର ଭାବେ ଗ୍ରହଣ କରାଯାଇ, ଏହି ଦ୍ୱାର ଦେଇ ରାଧାମାଧବ ଦଶଁନ କରଯାଏ ଏବଂ ଶ୍ରୀମନ୍ଦିର ଉତ୍ତରଦ୍ୱାର ଅତି ଗୁରୁତ୍ୱପୂଣ୍ଣ, ଯାହାକୁ ମୋକ୍ଷ ଦ୍ୱାର କୁହାଯାଏ । ଦେବତାମାନେ ଏହି ସମସ୍ତ ବିଷୟକୁ ଗର୍ଭାନୁଶୀଳନ ପୂର୍ବକ ଓଡ଼ିଆ ଅସ୍ମିତା ଜାଗରଣ ଅଭିଯାନ ସେହି ୧୬ ତାରିଖରେ ନଭବାର୍ତ୍ତାରେ ଜଣାଇବା ସହିତ ସର୍ବନିମ୍ନ ଦୁଇଟି ଦାବି ଉପସ୍ଥାପିତ କରିଥିଲା । ପ୍ରଥମ ଦାବି ଥିଲା ଶ୍ରୀମନ୍ଦିରର ଚାରିଦ୍ୱାରକୁ ଭକ୍ତମାନଙ୍କ ପାଇଁ ଉନ୍ମୁକ୍ତ କରାଯାଉ ଏବଂ ଦ୍ୱିତୀୟ ଦାବିଟି ଥିଲା ‘ରତ୍ନ ଭଣ୍ଡାର’ ଖୋଲାଯାଇ ବିଗତ ୪୫ ବର୍ଷ ପରେ ତାହାର ସ୍ଥିତିକୁ ଅନୁଧ୍ୟାନ କରାଯାଉ । ଓଡ଼ିଶାର ଜନସାଧାରଣଙ୍କୁ ଜଣାଇ ଦିଆଯାଉ ଯେ, ମହାପ୍ରଭୁଙ୍କ ୧୮୦ ପ୍ରକାରର ଅଳଙ୍କାର ସହିତ ହୀରା, ନୀଳା, ମୋତି, ମାଣିକ୍ୟ, ୧୨୮ ସୁନାମୋହର, ୨୪ ପ୍ରାଚୀନ ସୁନା ମୋହର, ୧୨୯୭ ରୂପା ମୋହର, ୧୦୭ ତମ୍ବାମୁଦ୍ରା ସମେତ ୧୩୩୩ ପ୍ରକାରର ଅମୂଲ୍ୟ ରତ୍ନ ସମ୍ପଦ ରହିଛି ।୧୮୦୫ ମସିହାରେ ପୁରୀର ପ୍ରଥମ ଜିଲ୍ଲାପାଳ ଚାର୍ଲସ ଗ୍ରୋମସ୍ଙ୍କ ଦ୍ୱାରା ଏହି ତାଲିକାଟି ନଥିରେ ରହିଛି ଏବଂ ୧୯୬୦ ମସିହାରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାର ନେବା ସମୟରେ ପ୍ରଦତ୍ତ ନଥିରେ । ବିଗତ ଚାରିଦିନ ମଧ୍ୟରେ ସରକାର ଆମମାନଙ୍କ ଦାବି ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ଅତଏବ ପୁନଃ ସରକାରଙ୍କ ନିକଟରେ ଦାବି ରଖିବା ସହିତ ଘୋଷଣା କରୁଛୁ ଯେ, ଆଗାମୀ ଦଶଦିନ ମଧ୍ୟରେ ସରକାର କୌଣସି ପଦକ୍ଷେପ ଗ୍ରହଣ ନକଲେ, ଓଡ଼ିଆ ଅସ୍ମିତା ଜାଗରଣ ଅଭିଯାନ ଗଣତାନ୍ତ୍ରିକ ପଦ୍ଧତିରେ ଗଣଆନ୍ଦୋଳନକୁ ସମଗ୍ର ରାଜ୍ୟରେ ପରିଚାଳିତ କରିବା ସହିତ ଭକ୍ତଜନ ଜାଗରଣ ଅଭିଯାନକୁ ତ୍ୱରାନ୍ୱିତ କରିବ ।ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ଦାଶ ବେନହୁର, ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପ୍ରଦ୍ୟୁମ୍ନ ଶତପଥୀ, ପୂର୍ବ ପ୍ରଶାସକ ପଞ୍ଚାନନ ଦାସ, ଡଃ କୃଷ୍ଣଚନ୍ଦ୍ର ଆଇଚି, ଶ୍ରୀମତୀ ସଂଘମିତ୍ରା ରାଜଗୁରୁ, ଡଃ କୁଳମଣି ଶଢଙ୍ଗୀ, ସୀତାବଲ୍ଲବ ମହାପାତ୍ର ଓ ଜଗଦୀଶ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ସାମ୍ବାଦିକ ସମ୍ମିଳନୀକୁ ସଂଯୋଜକ ନାରାୟଣ ଓଝା, ମାନସ ରଞ୍ଜନ ମହାପାତ୍ର, ବରୁଣ ରାଜ ପରିଚାଳନା କରିଥିଲେ ।


