ଗାଙ୍ଗପୁର ପୋଲିସ୍ ର ସଫଳତା ଚାରିଦିନ ଭିତରେ ଫେରାଇଲା ଲୁଟ୍ ଟଙ୍କା ଓ ସାମଗ୍ରୀ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗାଙ୍ଗପୁର ପୋଲିସ୍ କୁ ମିଳିଛି ବଡ଼ ସଫଳତା I ମାତ୍ର ଚାରିଦିନ ମଧ୍ୟରେ ଲୁଟ୍ ହୋଇଥିବା ଲକ୍ଷାଧିକ ଟଙ୍କା ଜବତ କରିବା ସହ ଲୁଟ୍ ର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଫେରାଇ ଜନସାଧାରଣଙ୍କ ଭରସା ଜିତି ପାରିଛି I ଏହା ସହ ମାତ୍ର ଚାରିଦିନ ଭିତରେ ସମସ୍ତ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ଗାଙ୍ଗପୁର ପୋଲିସ୍ I ଗତ ଶନିବାର ଦିନ ବିଦେଶରୁ ଗାଙ୍ଗପୁର ଥାନା କେନ୍ଦୁପଦର ଗ୍ରାମର ଦିଲ୍ଲୀପ ପାତ୍ର ନାମକ ଜଣେବ୍ୟକ୍ତି ଆସି ବ୍ରହ୍ମପୁର ରେ ପହଞ୍ଚିବା ପରେ ବ୍ରହ୍ମପୁରରୁ ବସ୍ ଯୋଗେ ଆସିକା ରେ ଜଣେ ସାଙ୍ଗକୁ ଦେଖାକରି ନିଜ ଗ୍ରାମ କେନ୍ଦୁପଦରକୁ ଆସିବା ପାଇଁ ସେ ବସ୍ କୁ ଅପେକ୍ଷା କରିଥିଲେ I ସେହି ସମୟରେ ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ସାଦରା ଗ୍ରାମର ଦୁଇଜଣ ବ୍ୟକ୍ତି ଓ ବାଲିସିରା ଗ୍ରାମର ଜଣେ ଯୁବକ ତାଙ୍କ କାର୍ ରେ ଦିଲ୍ଲୀପଙ୍କୁ ଲିଫ୍ଟ ଦେବାର ବାହାନା କରି ତାଙ୍କୁ ଡାକି ଆଣିଥିଲେ I କିନ୍ତୁ ଗାଡ଼ି କେନ୍ଦୁପଦର ଅତିକ୍ରମ କରିଯିବା ପରେ ନ ଅଟକିବାରୁ ଦିଲ୍ଲୀପ ପ୍ରତିବାଦ କରିଥିଲେ ଟିନେହେ ମିଶି ଦିଲୀପଙ୍କୁ ମାଡମlରି ଭୟଭୀତ କରାଇଥିଲେ । କିନ୍ତୁ ସେମାନେ ଦିଲୀପଙ୍କୁ କେନ୍ଦୁପଦର ଠାରେ ନ ଓହ୍ଳାଇ ତାଙ୍କୁ ଜୋର୍ ଜବରଦସ୍ତ ଗାଙ୍ଗପୁର ନିକଟସ୍ଥ ଖଇରପୁଟି ଗ୍ରାମ ମାଆ ସିଦ୍ଧେଶ୍ଵରୀ ମନ୍ଦିର ରାସ୍ତାର ଏକ ନିର୍ଜନ ସ୍ଥାନକୁ ନେଇ ଆସି ସେଠାରୁ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ପାଖରେ ଥିବା ପନ୍ଦର ହଜାର ଟଙ୍କା ଏବଂ ସୁଟ୍କେସରେ ଥିବା ଏକ ଲକ୍ଷ ଟଙ୍କା ନେଇଯିବା ସହ ଦିଲ୍ଲୀପଙ୍କ ଭିସା, ପାସପୋର୍ଟ, ବିଭିନ୍ନ ଦରକାରୀ କାଗଜପତ୍ର, ବ୍ୟାଗ୍, ସୁଟକେଶ୍ ସବୁ ଛଡ଼ାଇନେଇଥିଲେ I ଦିଲ୍ଲୀପ ସେଠାରେ ଅଚେତ୍ ଅବସ୍ଥାରେ ପଡ଼ି ରହିଥିଲେ I ସ୍ଥାନୀୟ କିଛି ବ୍ୟକ୍ତି ଏହା ଜାଣି ଦିଲ୍ଲୀପଙ୍କ ପରିବାରକୁ ଖବର ଦେବାପରେ ଦିଲ୍ଲୀପଙ୍କ ବାପା ଆସି ଗୁରୁତର ଅବସ୍ଥାରେ ଦିଲ୍ଲୀପଙ୍କୁ ଉଦ୍ଧାର କରିବା ସହିତ ରବିବାର ସକାଳେ ଗାଙ୍ଗପୁର ଥାନାରେ ଏତାଲା ଦେଇଥିଲେ I ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଏହାକୁ ଏକ ଚ୍ୟାଲେଞ୍ଜ୍ ଭାବେ ନେଇ , ଲୁଟ୍ ସମ୍ପର୍କରେ ସୁରାକ ମିଳିବା ପରେ ପ୍ରଥମେ ଗାଡି ଓ ମାଲିକଙ୍କୁ ଚିହ୍ନଟ କରିଥିଲା I ଗାଡ଼ିଟି ଗାଙ୍ଗପୁର ଥାନା ଅଞ୍ଚଳର ହୋଇଥିବାରୁ ପୋଲିସ୍ ପ୍ରଥମେ ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ ସାଦରା ଗ୍ରାମରେ ଚଢ଼ାଉ କରିଥିଲେ I ଚଢ଼ାଉ ସମୟରେ ପ୍ରଥମ କିସ୍ତିରେ ନଗଦ ୩୯୦୦୦ ଟଙ୍କା ଏବଂ କିଛି ସାମଗ୍ରୀ ମିଳିଥିଲା I ଘଟଣାରେ ସଂପୃକ୍ତ ବଡ଼ସାଦରା ଗ୍ରାମର ନାରାୟଣ ପ୍ରଧାନ ଏବଂ ପ୍ରତାପ ବିଷୋୟୀଙ୍କୁ କୋର୍ଟଚାଲାଣ କରାଯାଇଥିଲା I ପରବର୍ତ୍ତୀ ସମୟରେ ଘଟଣାରେ ସମ୍ପୃକ୍ତ ବାଲିସିରା ଅଂଚଳର ରମେଶ ସ୍ଵାଇଁ ଏବଂ ଶାନ୍ତିଲତା ପ୍ରଧାନକୁ ଗିରଫ କରି ତା ନିକଟରୁ ପୋଲିସ୍ କିଛି ନଗଦ ଟଙ୍କା ଏବଂ ଲୁଟ୍ ସାମଗ୍ରୀ ଜବତ କରି ଉଭୟଙ୍କୁ କୋର୍ଟଚାଲାଣ କରିଥିଲା I ଦିଲ୍ଲୀପଙ୍କୁ ମରଣାନ୍ତକ ମାଡ଼ ହୋଇଥିବାରୁ ସେ ବ୍ରହ୍ମପୁର ମେଡ଼ିକାଲ୍ ରେ ଚିକିତ୍ସିତ ହେଉଥିଲେ I ଆଜି ଦିଲ୍ଲୀପ ସୁସ୍ଥ ହୋଇ ଫେରିବା ପରେ ନିଜ ବାପା ଏବଂ ମାଆ ଙ୍କ ସହିତ ଗାଙ୍ଗପୁର ଥାନାରେ ପହଞ୍ଚିବା ପରେ ଗାଙ୍ଗପୁର ପୋଲିସ୍ ଦିଲ୍ଲୀପଙ୍କୁ ଲୁଟ୍ ହୋଇଥିବା ଏକ ଲକ୍ଷ ପନ୍ଦର ହଜାର ଟଙ୍କା, ଭିସା, ପାସପୋର୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ହସ୍ତାନ୍ତର କରିଥିଲା I ଟଙ୍କା ଓ ସାମଗ୍ରୀ ଫେରି ପାଇବା ପରେ ଦିଲ୍ଲୀପ ଏବଂ ତାଙ୍କ ପରିବାର ସଦସ୍ୟ ଗାଙ୍ଗପୁର ଥାନା ପୋଲିସ୍ କୁ କୃତଜ୍ଞତା ଜଣାଇବାଛନ୍ତି । ଏହି ମାମଲାରେ ୫୨୮/୨୩ ରେ ମାମଲା ରୁଜୁ ହୋଇଥିବା ବେଳେ ସମସ୍ତ ଚାରି ଅଭିଯୁକ୍ତ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ