ଆଶାକର୍ମୀ ଉର୍ମିଳା ଜେନାଙ୍କ ଦ୍ୱାଦଶାହରେ ସ୍ମୃତିସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ପଞ୍ଚାୟତର ମଠସାହି-ହରିପୁର ଗ୍ରାମରେ କାର୍ଯ୍ୟରତ ଆଶାକର୍ମୀ ଉର୍ମିର୍ଳା ଜେନାଙ୍କ ବିୟୋଗରେ ତାଙ୍କ ବାସଭବନରେ ଆଶାକର୍ମୀମାନଙ୍କ ଦ୍ୱାରା ତାଙ୍କ ଦ୍ୱାଦଶାହ ଅବସରରେ ଏକ ସ୍ମୃତିସଭା ବାସନ୍ତି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିସଭାରେ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଏ.ଆଇ.ଟି.ୟୁ.ସି. ନେତା ଅଇନଜୀବୀ ରମଣୀ ରଞ୍ଜନ ରାଉତରାୟ, ରାଜୀବ କୁମାର ପାତ୍ର, ସମାଜସେବୀ ସମ୍ବିତ ଶ୍ରୀଚନ୍ଦନ, ପୂର୍ବତନ ସରପଞ୍ଚ ସନତ କୁମାର ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତା ଜେନାଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସଭାପତି ସରସ୍ୱତୀ ସ୍ୱାଇଁ, ସୁବର୍ଣ୍ଣପ୍ରଭା ସାହୁ, ଚନ୍ଦ୍ରକାନ୍ତି ବିଶ୍ୱାଳ, ଅଙ୍ଗନୱାଡିକର୍ମୀ ଶକୁନ୍ତଳା ଜେନା, ନନ୍ଦିନୀ ସ୍ୱାଇଁ, ବିଜୟାଲକ୍ଷ୍ମୀ ନାଥଶର୍ମା, ନୟନାବତୀ ଜେନା, ଜିଲ୍ଲା ସମ୍ପାଦିକା କ୍ରାନ୍ତିପ୍ରଭା ନାୟକ, ସସ୍ମିତା ମଲ୍ଲିକ, ଅଭିଷେକ ରାଉତ ପ୍ରମୁଖ ଯୋଗଦେଇ ସ୍ୱର୍ଗତା ଉର୍ମିର୍ଳାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତା ଜେନାଙ୍କ ଫଟୋଚିତ୍ରରେ ସାମୁହିକ ପୁଷ୍ପମାଲ୍ୟାର୍ପଣ ପୂର୍ବକ ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ସ୍ୱର୍ଗତା ଜେନାଙ୍କ ଝିଅ ଅନୁପମା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ