ଶ୍ରୀରାମ ଡିଗ୍ରୀ କଲେଜ ଓ ଜୁନିୟର କଲେଜ ରେ କାରିଗିଲ ବିଜୟ ଦିବସ ପାଳିତ।

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ସ୍ଥାନୀୟ ଶ୍ରୀରାମ୍ ଡିଗ୍ରୀ କଲେଜ ରେ ୨୪ ତମ କାରିଗିଲ ବିଜୟ ଦିବସ ପାଳନ ହୋଇଯାଇଛି।ଏହି କାର୍ଯ୍ୟକ୍ରମ କୁ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ବିଶ୍ୱରଂଜନ ଗୌଡ଼,ଭାଗ୍ୟ ଲକ୍ଷ୍ମୀ ପଟ୍ଟନାୟକ ,ଏନସିସି ଅଧିକାରୀ ଭେଙ୍କଟ ରାଓ ପାଡାଲା ପରିଚାଳନା କରିଥିଲେ I କଲେଜ ର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ରେଡ଼କ୍ରସ ଅଧିକାରୀ ପି ଭେଙ୍କଟ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ଓ ସେ କାରଗିଲ ଯୁଦ୍ଧ ରେ ସୈନିକ ମାନଙ୍କ ବୀରଗାଥା ଶୁଣାଇଥିଲେ I ଇଂରାଜି ଅଧ୍ଯାପକ ସ୍ଵେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନଙ୍କୁ ପଞ୍ଚ ପ୍ରଣ ଶପଥ ପାଠ କରାଇଥିଲେ|ଏହି କାର୍ଯ୍ୟକ୍ରମ ରେ ବଳିଦାନ ଦେଇଥିବା ସୈନିକ ମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା I ଏହି କାର୍ଯ୍ୟକ୍ରମ “ମୋ ମାଟି ମୋ ଦେଶ” ଥିମ୍ ରେ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ମହାବିଦ୍ଯଳୟ ର ଅଧ୍ୟାପକ, ଅଧ୍ୟାପିକା , ଜାତୀୟ ସେବା ଯୋଜନା ର ସ୍ଵେଚ୍ଛାସେବୀ,ଏନସିସି କ୍ୟାଡଟ ,ଛାତ୍ର ଛାତ୍ରୀ ଓ ଅନ୍ୟ କର୍ମଚାରୀ ଯୋଗ ଦେଇ ଥିଲେ ।
ସେହିପରି ଶ୍ରୀରାମ ଯୁକ୍ତ ଦୁଇ କନିଷ୍ଠ ବିଦ୍ୟାଳୟରେ ଅଧ୍ୟକ୍ଷ ନବକୃଷ୍ଣ ସାହୁକାର ଙ୍କ ଅଧ୍ୟକ୍ଷତାରେ କାରିଗିଲ ବିଜୟ ଉତ୍ସବ ଓ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ କୁ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକ କଳ୍ପନା ବେହେରା ପରିଚାଳନା କରିଥିଲେ I ଏହି କାର୍ଯ୍ୟକ୍ରମରେ ମହାବିଦ୍ଯଳୟ ର ଅଧ୍ୟାପକ, ଅଧ୍ୟାପିକା , ଜାତୀୟ ସେବା ଯୋଜନା ର ସ୍ଵେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ