ଗଳା ପୋଲ ପାଇଁ ଦାବି ଦୋହରାଇଲେ ବିଜେପି ନେତା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧିନ ୧୬ନଂ ଜାତୀୟ ରାଜପଥର ପାହିମହୁରା ଛକ ଠାରେ ଏକ ଗଳା ପୋଲ ନିର୍ମାଣ ପାଇଁ ପୁଣି ଦାବି ଦୋହରାଇଛନ୍ତି ବିଜେପି ନେତା ପଞ୍ଚାନନ ରାଉତ। ସୂଚନା ଅନୁଯାୟୀ ପାଇମହୁରା ଠାରେ ସରକାରୀ ଶିକ୍ଷକ ଶିକ୍ଷଣ ପ୍ରତିଷ୍ଠାନ(ସିଟି ସ୍କୁଲ) ରହିଥିବା ବେଳେ ମଞ୍ଜୁରୀରୋଡ଼ ଠାରୁ ଜାତୀୟ ରାଜପଥକୁ ଗ୍ରାମ୍ୟ ଉନ୍ନୟନ ରାସ୍ତା ସଂଯୋଗ କରୁଛି। ରାତି ପାହିଲେ ୫/୭ଖଣ୍ଡି ପଞ୍ଚାୟତର ଲୋକ ଗ୍ରାମ୍ୟ ରାସ୍ତା ଦେଇ ଜାତୀୟ ରାଜପଥକୁ ଆସୁଥିବା ବେଳେ ଛାତ୍ରଛାତ୍ରୀ ମଧ୍ୟ ବିଭିନ୍ନ ଯାନବାହନରୁ ଓଲ୍ହାଇ ରାଜପଥ ପାରିହୋଇ ସିଟି ସ୍କୁଲକୁ ଯାଇଥାନ୍ତି। ନିକଟରେ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ସରିଥିବା ବେଳେ ଏଠାରେ ଏକ ଗଳା ପୋଲ ନିର୍ମାଣ ପାଇଁ ବିଜେପି ନେତା ଶ୍ରୀ ରାଉତ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ। ଇତିମଧ୍ୟରେ ରାସ୍ତା କାର୍ଯ୍ୟ ସରିଥିଲେ ସୁଦ୍ଧା ପୋଲ ନିର୍ମାଣ ହୋଇନଥିବାରୁ ବିଜେପି ନେତା ପୁଣି ଦାବିକୁ ଦୋହରାଇଛନ୍ତି। ଶ୍ରୀ ରାଉତ ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ସାକ୍ଷାତ କରିବା ସହ ପାଇ ମହୁରା ଛକ ଠାରେ ଏକ ଗଳାପୋଲ ନିର୍ମାଣ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାଛଡା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଦାବି ଜଣାଯାଇଛି। ଦାବିକୁ ବିଚାର କରି ଗଳା ପୋଲ ପାଇଁ ଯଥାଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ରାଉତଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ