ବର୍ଷାରେ ପଡିଲା ପୂର୍ତ୍ତ ବିଭାଗ ପୋଲ ଛାତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ପାଳଦାବାଙ୍କ ଠାରୁ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାଟି ସଦାସର୍ବଦା ଚଳଚଞ୍ଚଳ ରହିଥାଏ। ୧୩କିମି ଦୈର୍ଘ୍ୟ ବିଶିଷ୍ଟ ଏହି ରାସ୍ତା ଦେଇ ଦିନ ରାତି୨୪ଘଣ୍ଟା ଭାରିଯାନ ଚଳାଚଳ କରୁଥିବା ବେଳେ ୧୦ଖଣ୍ଡି ପଂଚାୟତର ଲୋକ ଏହା ଉପରେ ଗମନାଗମନ ପାଇଁ ନିର୍ଭର କରିଥାନ୍ତି। ବିଶେଷ କରି ଭଦ୍ରକ ଓ ଯାଜପୁର ଆନ୍ତଃଜିଲ୍ଲା ଯାତାୟତ ପାଇଁ ଉକ୍ତ ରାସ୍ତାଟି ଗୁରୁତ୍ୱ ବହନ କରେ। ରାସ୍ତାଟି ସମ୍ପୂର୍ଣ୍ଣ କଂକ୍ରିଟ କରଣ ହୋଇଥିବା ବେଳେ ବରୋଦା ବଜାର ନିକଟରେ ଏକ ପୁରୁଣା କର୍ଲଭର୍ଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଗମନାଗମନ ଅସୁବିଧା ହେବାରୁ ପୂର୍ତ୍ତ ବିଭାଗ ଏଠାରେ ଏକ ବକ୍ସେଲ ପୋଲ ନିର୍ମାଣ ପାଇଁ ପ୍ରାୟ ୧୪ଲକ୍ଷ ଟଙ୍କା ବ୍ୟୟ କରିଛି। ପ୍ରାୟ ୬ମାସ ହେବ ଜନୈକ ଠିକାଦାର ପୋଲ ନିର୍ମାଣ କରୁଥିବା ବେଳେ କାର୍ଯ୍ୟକ୍ଷେତ୍ରରେ କୌଣସି ସୂଚନା ଫଳକ ଲଗାଇନାହିଁ। ୧୦ଫୁଟ ପୋଲ ନିର୍ମାଣ ପାଇଁ ଦୀର୍ଘ ମାସ ଅତିକ୍ରାନ୍ତ ହୋଇଥିବା ବେଳେ ଏବେ ତୁହାକୁ ତୁହା ବର୍ଷା ସମୟରେ ଏହାର ଛାତ ପଡୁଛି। ଏହାଛଡା ପୋଲର ସଂଯୋଗକାରୀ ରାସ୍ତା ଏବେ ଦବିଯାଇଥିବାରୁ ସାଧାରଣ ଯାନବାହନ ଚଳାଚଳରେ ଘୋର ଅସୁବିଧା ଦେଖାଦେଇଛି। ଏପଟେ ବର୍ଷା ବେଳେ ଛାତ ପଡ଼ିଥିବାରୁ କାମର ସ୍ଥାୟୀତ୍ୱ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏହା ଉପରେ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ