ଶିକ୍ଷକ ମୃତ୍ୟୁ ପରେ ଏମକେସିଜି କୁ ଶରୀର ଦାନ କଲେ ପରିବାର

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଏମକେସିଜି ମେଡିକାଲ ରେ ଚିକିତ୍ସାଧିନ ଅବସ୍ଥା ରେ ମୃତ୍ୟୁ ବରଣ କରିଥିବା ଜୟଦୁର୍ଗା ନଗର ବ୍ରହ୍ମପୁର ର ବାସିନ୍ଦା ପୂର୍ବତନ ଶିକ୍ଷାବିତ୍ ଭାସ୍କର ସାହୁ (୭୭) ଙ୍କ ମରଶରୀର କୁ ଡାକ୍ତରୀ ଛାତ୍ର ଙ୍କ ଶିକ୍ଷା ଦାନ ପାଇଁ ପରିବାର ଲୋକେ ପ୍ରଦାନ କରିଛନ୍ତି I ସ୍ୱର୍ଗତ ଭାସ୍କର ସାହୁ ଜଣେ ଉଚ୍ଚବିଦ୍ୟାଳୟ ରେ ଶିକ୍ଷକତା ରୁ ଅବସର ପରେ ସମାଜ ସେବା ରେ ନିଜକୁ ବ୍ରତୀ କରିବା ସହିତ ଅନ୍ଧବିଶ୍ୱାସ କୁସଂସ୍କାର କୁ ଦୂରେଇବା ପାଇଁ ସମାଜ ରେ ସଚେତନତା ର ବାର୍ତ୍ତା ପ୍ରଚାର କରି ଆସୁଥିଲେ ସେ ପୂର୍ବରୁ ୨୦୧୭ ମସିହା ରେ ନିଜ ସ୍ତ୍ରୀ ଙ୍କ ମର ଶରୀର କୁ ମଧ୍ୟ ଏମକେସିଜି ମେଡିକାଲ କଲେଜ କୁ ଗବେଷଣା ଉଦ୍ଦେଶ୍ୟ ରେ ପ୍ରଦାନ କରିଥିଲେ I ଗତ କିଛି ଦିନ ଧରି ଗୁରୁତର ଅବସ୍ଥା ରେ ଏମକେସିଜି ର ଆଇସିୟୁ ରେ ଚିକିତ୍ସାଧିନ ଥିବା ବେଳେ ନିଜ ପରିବାର ଲୋକ ଙ୍କୁ ମୃତ୍ୟୁ ପରେ ନିଜ ଶରୀର କୁ ଦାନ କରିବାକୁ କହିଥିଲେ I ପୂର୍ବରୁ ସମାଜ ପାଇଁ କାମ କରୁଥିବା ସ୍ୱର୍ଗତ ସାହୁ ସମାଜ ରେ ରହିଥିବା ଅନ୍ଧ ବିଶ୍ୱାସ ଓ କୁସଂସ୍କାର କୁ ଏଡେଇ କିଭଳି ମୃତ୍ୟୁ ପରେ ମଧ୍ୟ ନିଜ ଶରୀର କୁ ଆଗାମୀ ପିଢ଼ି ପାଇଁ କାମ ରେ ଲଗାଇବା ର ଯେଉଁ ସଦିଚ୍ଛା ତାହା ସାଧାରଣ ରେ ପ୍ରଂଶସା ଯୋଗ୍ୟ I ଉକ୍ତ କାର୍ଯ୍ୟ କୁ ସ୍ୱର୍ଗତ ସାହୁଙ୍କ ପରିବାର ଲୋକ ଙ୍କ ସହମତି ମଧ୍ୟ ସାଧାରଣ ରେ ପ୍ରଂଶସନୀୟ I ଉକ୍ତ ଶରୀର ଦାନ ସମୟ ରେ ଏମକେସିଜି ଅନୋଟୋମୀ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରୁ ଡ଼. ପ୍ରିତମ ପ୍ରତ୍ୟୁଷ ଦାସ,ଡ଼. ସନ୍ତୋଷ ତନ୍ମୟ ମହାପାତ୍ର, ସୋନାକ୍ଷୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତି ରେ ସ୍ୱର୍ଗତ ସାହୁ ଙ୍କ ପୁଅ, ଦୁଇ ଝିଅ, ସମସ୍ତ ନାତୁଣୀ ଆଶା ଭାରତୀ, ନାତି ଆଶୁତୋଷ ଭାରତୀ କୁମାର ଓ ଅନ୍ୟ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ ମହାନସଙ୍ଘ ସଭାପତି ସୁଶାନ୍ତ ସାବତ ଙ୍କ ପ୍ରମୁଖ ତତ୍ତ୍ୱବଧାନ ରେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦିତ ହୋଇଥିବା ବେଳେ, ମାନବ ବାଦୀ ହେତୁବାଦୀ ସଂଗଠନ ର ଗଞ୍ଜାମ ଜିଲ୍ଲା ସଭାପତି, ଇ. ଟି. ରାଓ, ଜାମୁଲା ସୁରେଶ, ପ୍ରତାପ ପ୍ରଧାନ ଓ ମାନବ ଅଧିକାର ସୁରକ୍ଷା ମଞ୍ଚ ର ଆବାହକ ଅବନୀ ଗୟା ପ୍ରମୁଖ ଉପସ୍ଥିତ ରହି ପରିବାର ଲୋକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ