ଚାରିଛକ ସାମ୍ବାଦିକ ସଂଘର ବୈଠକ

ନିମାପଡ଼ା, (ସନ୍ତୋଷ ଦାଶ):ଚାରିଛକ ସାମ୍ବାଦିକ ସଂଘ ର ଏକ ବୈଠକ ନିମାପଡ଼ା ବ୍ଲକ ତୁଳସୀପୁର ସ୍ଥିତ ଦୁର୍ଗା ଠାକୁରାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା ।ସଂଘର ସଭାପତି ପ୍ରଫୁଲ୍ଲ କୁମାର କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକ ରେ ସଂଘର ସମସ୍ତ ସଭ୍ୟ ଓ ଉପଦେଷ୍ଟା ମଣ୍ଡଳୀର କର୍ମକର୍ତ୍ତା ଯୋଗ ଦେଇଥିଲେ । ୭୭ ତମ ସ୍ବାଧିନତାଦିବସ ଦିନ ଚାରିଛକ ମେଡିକାଲ ଛକ ସ୍ଥିତ ଅସ୍ଥାୟୀ କାର୍ଯ୍ୟାଳୟ ଠାରେ ସକାଳ ୭ ଟା ରେ ଜାତୀୟ ପତାକା ଉତ୍ତୋଳନ ହେବ । ପରେ ଚାରିଛକ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ,ସମ୍ପାଦକ ବସନ୍ତ କୁମାର ଦାସ ,ଉପ ସଭାପତି ସନ୍ତୋଷ ଦାଶ,ସହ ସମ୍ପାଦକ ବିଜୟ କୁମାର ବେହେରା , କୋଷାଧ୍ୟକ୍ଷ ସୌମ୍ୟ ରଂଜନ ତ୍ରିପାଠୀ ,ପ୍ରଫୁଲ୍ଲ କୁମାର ସାହୁ ,ସୁବାସ ସାହୁ ,ବସନ୍ତ ନାୟକ, ମୃତ୍ୟୁଞ୍ଜୟ ମହାପାତ୍ର ଙ୍କ ସମେତ ଆଇନଜିବୀ ରଜନୀ କାନ୍ତ ତ୍ରିପାଠୀ , ଡ଼ଃ.ସନ୍ତୋଷ କୁମାର ମିତ୍ର ,ପଞ୍ଚାନନ ସାହୁ ,ଅଧିନ ପାତ୍ର,ନିରୋଦ ତ୍ରିପାଠୀ, ପ୍ରସନ୍ନ ଦାସ,କାହୁଁ ଚରଣ ବେହେରା, ମୂରଲୀଧର ଭାରତୀ,ବନ ବିହାରି ଦାଶ ,ନିର୍ମଳ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।ଏହି ଅବସରରେ ନୂଆ ପଲମହାଟ ର ସାମ୍ୱାଦିକ ଅଚ୍ୟୁତାନନ୍ଦ ମିଶ୍ର ଙ୍କୁ ସମସ୍ତ ସଭ୍ୟ ଓ ଉପଦେଷ୍ଟା ମଣ୍ଡଳୀ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ନୂତନ ସଭ୍ୟ ଭାବେ ସଂଘ ରେ ସାମିଲ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ