ଆରଡିରେ କାଉଡିଆ ଭକ୍ତଙ୍କ ଭିଡ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ପବିତ୍ର ଶ୍ରାବଣ ମାସର ୩ୟ ସୋମାବାରରେ ଭଦ୍ରକ ଜିଲାର ଶୈବପୀଠ ଆରଡିରେ କାଉଡିଆ ଭକ୍ତଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ବୈତରଣୀ, ସାଳନ୍ଦୀ, ଖରସ୍ରୋତା, ବ୍ରାହ୍ମଣୀ, କୋଚିଳା, ଗେଙ୍ଗୁଟି ନଦୀରୁ କାଉଡିଆ ଶ୍ରଦ୍ଧାଳୁ ଜଳ ଆଣି ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ଥିବା ଶ୍ରାବଣୀ ମହାଦେବଙ୍କୁ ଜଳଲାଗି କରିଥିଲେ । ରବିବାର ତମାମ ଦିନରାତି କାଉଡିଆ ମାନେ ବୋଲବମ ହରହର ବମ, ଭୋଲା ବାବା ପାର କରେଗା, ବାବାମଣି ନେ ଟାଣି ଆଦି ନାରା ଦେଇ ପୀଠକୁ ଆଗମନ କରିଥିଲେ । କଡା ସୁରକ୍ଷାରେ ସମସ୍ତ କାଉଡିଆ ଲମ୍ବା ଲାଇନରେ ଆସି ପ୍ରଭୁଙ୍କୁ ଜଳାଭିଷେକ କରିଥିଲେ । ଆନନ୍ଦ ବଜାର, କୋଠାର, ବାହାରବିଲ, ବେତାଳିଗାଁ, ସୁନ୍ଦରପୁର, କୁଳେଇପଦା, ଆରଡି ଆଦି ସ୍ଥାନରେ ବିଭିନ୍ନ ଧାର୍ମିକ ସଂଗଠନ ପକ୍ଷରୁ ନିଶୁଳ୍କ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । କିଛି ସ୍ଥାନରେ ମଧ୍ୟ ସ୍ବେଚ୍ଛାସେବୀ ମାନେ କାଉଡିଆ ମାନଙ୍କର ସେବା କାର୍ଯ୍ୟ ଜାରିରଖିଥିଲେ । ଭିଡକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ କଡାକଡି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବିଭିନ୍ନ ଛକ ଜାଗା ମାନଙ୍କରେ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା । ବିଭିନ୍ନ ନଦୀଘାଟରେ ମଧ୍ୟ ଓଡ୍ରାଫ ଟିମ ଓ ଅଗ୍ନିଶ୍ରମ ବାହିନୀକୁ ସଜାଗ କରି ରଖାଯାଇଥିଲା । ଚଳିତ ସୋମବାରରେ ୧୫ ହଜାର ରୁ ଅଧିକ ଶ୍ରଦ୍ଧାଳୁ ଜଳଲାଗି କରିଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଭିଡ ସତ୍ତ୍ବେ କାଉଡିଆ ମାନେ ଶୃଙ୍ଖଳିତ ଭାବେ ଜଳଲାଗି କରିଥିବା ଆରଡି ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ମଲ୍ଲ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ