ଅବସରକାଳୀନ ସମ୍ବର୍ଦ୍ଧନା ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ନୂତନ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀ ସଙ୍ଘ ପକ୍ଷରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ ଲିପିକ ରାଜକିଶୋର ଜେନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଜିଲ୍ଲା ସଂସ୍କୃତି ଭବନରେ ସଙ୍ଘର ସଭାପତି ଭଞ୍ଜନ କୁମାର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ଯୁଗ୍ମ ନିର୍ଦେଶକ ମର୍କତକେଶରୀ ରାୟ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଭାବେ ବାଲିଆସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା, ସମ୍ମାନୀତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ପ୍ରଶିଶ୍ରଣ ପ୍ରତିଷ୍ଠାନର ଅବସରପ୍ରାପ୍ତ ଅଧ୍ୟକ୍ଷା ମଞ୍ଜୁଶ୍ରୀ ଦାସ, ରାଜ୍ୟ ଓଷ୍ଟାର ସମ୍ପାଦକ ପ୍ରଣବ କୁମାର ଜେନା, ଓଷ୍ଟାର ଜିଲ୍ଲା ସଭାପତି ପ୍ରମୋଦ କୁମାର ବେହେରା, ସମ୍ପାଦକ ନିର୍ମଳ କୁମାର ନାୟକ ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ବରିଷ୍ଠ ଲିପିକ ଶ୍ରୀ ଜେନା କିଭଳି ଜଣେ ଲିପିକ ଭାବରେ କଟକ ସର୍କଲରୁ ଚାକିରୀ ଜୀବନ ଆରମ୍ଭ କରିଥିବା ବେଳେ ବାଲିଆସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିବା ପରେ ଗତ ୨୦୧୮ମସିହାରେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବରିଷ୍ଠ ଲିପିକ ଭାବରେ ଯୋଗଦେଇଥିଲେ । ଆସନ୍ତା ଜୁଲାଇମାସ ୩୧ତାରିଖରେ ଚାକିରୀ ଜୀବନରୁ ଅବସରଗ୍ରହଣ କରିବାକୁ ଥିବା ଶ୍ରୀ ଲେଙ୍କା ଜଣେ ସରଳ, ନିରାଡମ୍ବର, ସାଧାସିଧା ଜୀବନ ଯାପନ କରୁଥିବା ବ୍ୟକ୍ତି । ତାଙ୍କ ଅବସରଜୀବନ ସୁସ୍ଥ, ନିରାମୟ ହେଉ ବୋଲି ଆଶାବ୍ୟକ୍ତ କରିଥିଲେ । ଏହି ଅବସରରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ଯୁଗ୍ମ ନିର୍ଦେଶକ ଶ୍ରୀ ରାୟ ଶ୍ରୀ ଜେନାଙ୍କୁ ଉତ୍ତରୀୟ, ପୁଷ୍ପଗୁଛ, ମାନପତ୍ର ଓ ଜଗନ୍ନାଥଙ୍କ ଫଟୋଚିତ୍ର ପ୍ରଭୃତି ପ୍ରଦାନ କରି ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଳି ନୂଆପଡାସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପାର୍ଥସାରଥି ଦାସ, ପୁରୁଷୋତ୍ତମପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତୁଷାରକାନ୍ତ ନାୟକ , ବାରିମୂଳ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧୁସୁଦନ ବେହେରା, ଲକ୍ଷ୍ମୀନାରାୟଣପୁର ପଞ୍ଚାୟତଉଚ୍ଚ ବିଦ୍ୟାଳୟର ଶିକ୍ଷକନେତା ସନ୍ତୋଷ କୁମାର ବରାଳ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ କୁମାର ବାରିକ, ବରିଷ୍ଠ ଶିକ୍ଷକ ପିତବାସ ପଣ୍ଡା ପ୍ରମୁଖ ଯୋଗଦେଇ ବରିଷ୍ଠ ଲିପିକ ଶ୍ରୀ ଜେନାଙ୍କ ଅବସରସମୟ ଭଲରେ ଅତିବାହିତ ହେଉ ବୋଲି କାମନା କରିଥିଲେ । ଏହି ଅବସରରେ ବିଭିନ୍ନ ଶିକ୍ଷକ ସଂଗଠନ ଓ ଶିକ୍ଷକ,ଶିକ୍ଷିକାମାନଙ୍କ ପକ୍ଷରୁ ମଧ୍ୟ ଶ୍ରୀଜେନାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ