ବୈତରଣୀରେ ଜଳସ୍ତର ସାମାନ୍ୟ ବୃଦ୍ଧି
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଗତ କିଛିଦିନ ଧରି ସ୍ଥାନୀୟ ଅଞ୍ଚଳରେ ଝିପିଝିପି ବର୍ଷା ଲାଗି ରହିଥିବା ଯୋଗୁ ଭଣ୍ଡାରିପୋଖରୀ ବ୍ଲକ ଦେଇଯାଇଥିବା ବୈତରଣୀ ନଦୀରେ ଜଳସ୍ତର ସାମାନ୍ୟ ବୃଦ୍ଧି ହୋଇଛି। ଯଦିଓ ଆଜି ସକାଳ୮.୩୦ସୁଦ୍ଧା ନଦୀର ଉପର ମୁଣ୍ଡରେ ସେଭଳି ବଡ ଧରଣର ବର୍ଷା ହୋଇନାହିଁ କିନ୍ତୁ ଅପରାହ୍ନ ୨ଟାପରେ ଭଦ୍ରକ ଜିଲ୍ଲା ତମାମ ମାତ୍ରାଧିକ ବର୍ଷା ହୋଇଥିବାରୁ ବୈତରଣୀ ସମେତ ରେବ ଓ କପାଳି ଇତ୍ୟାଦି ଛୋଟ ଛୋଟ ନଦୀ ଗୁଡିକରେ ଜଳସ୍ତର ସାମାନ୍ୟ ବୃଦ୍ଧି ହୋଇଛି। ସନ୍ଧ୍ୟା ୭ଟା ସୁଦ୍ଧା ଆଖୁଆପଦା ଆନିକଟ ଠାରେ ୧୭.୩୦ମିଟର ଉପରେ ଜଳ ପ୍ରବାହିତ ହେଉଥିବା ବେଳେ ଏଠାରେ ବିପଦ ସଙ୍କେତ୧୭.୮୩ମିଟର ରହିଛି। ଆଜି ଉପର ମୁଣ୍ଡରେ ଯଦି ବଡଧରଣର ବର୍ଷା ହୋଇଥିବ ତାହେଲେ ମଙ୍ଗଳବାର ସକାଳ ସୁଦ୍ଧା ବୈତରଣୀ ଜଳସ୍ତର କିଛି ପରିମାଣରେ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।