କଳମ୍ବ ପଞ୍ଚାୟତରେ ଭୋଟର ଓ ଫସଲ ବୀମା ସଚେତନତା କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଳକ ଅନ୍ତର୍ଗତ କଳମ୍ବ ପଞ୍ଚାୟତ ସଭାଗୃହ ପରିସରରେ ଭୋଟର ତାଲିକା ସଂଶୋଧନ ଓ ଫସଲ ବୀମା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଳମ୍ବ ସରପଞ୍ଚ ପ୍ରଦୀପ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ନୋଡ଼ାଲ ଅଫିସର ସଂସ୍କୃତି ପ୍ରଦ୍ରା, ସହକାରୀ ମତ୍ସ୍ୟ ଓ କୃଷି ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସହକାରୀ କୃଷି ଅଧିକାରୀ ନିରଞ୍ଜନ ବିଷୋୟୀ ଓ ବିଏଲଓ ତ୍ରିନାଥ ମହାରଣା ଯୋଗଦେଇ ଉପସ୍ଥିତ ଥିବା ଅଙ୍ଗନବାଡ଼ି କର୍ମୀ, ସିଆରପି ଓ ଏମବିକେ ମାନଙ୍କୁ ଭୋଟର ତାଲିକା ସଂଶୋଧନ ଓ ନୂତନ ନାମ ଯୋଗ କରିବା ପାଇଁ ସଚେତନ କରାଇବା ସହିତ କୃଷକ ମାନଙ୍କ ଫସଲ ବୀମା କରାଇବା ପାଇଁ ସଚେତନତା କରାଇଥିଲେ।ଗ୍ରାମରୋଜଗାର ସେବକ ଦିଲ୍ଲୀପ କୁମାର ପାତ୍ର ସମେତ ପଞ୍ଚାୟତ ଓ୍ବାର୍ଡ ସଭ୍ୟ ମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ