ବର୍ଷାପାଣି ରେ ଚାରିଛକ ବଜାର ଉବୁଟୁବୁ
ନିମାପଡ଼ା , (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଚାରିଛକ ବଜାର ବହୁ ପୁରାତନ ହୋଇଥିବା ବେଳେ ଏହା ଏକ ମୁଖ୍ୟ ବ୍ୟବସାୟିକ କେନ୍ଦ୍ର ।ଏହି ବଜାରରେ ପ୍ରାୟ ୫୦୦ ରୁ ଉର୍ଦ୍ଧ ବ୍ୟବସାୟୀ ଦୋକାନ କରିଛନ୍ତି ।ଏହି ବଜାରରେ ଦୈନିକ ହାଟ ମଧ୍ୟ ରହିଛି ।ସେଠାରେ ମଧ୍ୟ ୨୦୦ ରୁ ଉର୍ଦ୍ଧ ବ୍ୟବସାୟୀ ବ୍ୟବସାୟକରନ୍ତି।ପୁରୀ, କଟକ, ଖୋର୍ଦ୍ଧା,ଜଗତସିଂପୁର ଆଦି ୪ ଟି ଜିଲ୍ଲା କୁ ସଂଯୋଗ କରୁଥିବା ଏହି ବଜାର ରେ ମୁଖ୍ୟରାସ୍ତା କଡ଼ରେ ଅଦ୍ୟାବଧି ପକ୍କା ଡ୍ରେନ ହୋଇପାରିନାହିଁ ।ବର୍ଷାରେ ଚାରିଛକ- ନିଆଳି ,ଚାରିଛକ – ଗୋପ ମୁଖ୍ୟରାସ୍ତା ରେ ଆଣ୍ଠୁଏ ଉଚ୍ଚର ପାଣି ର ସୁଅ ଛୁଟୁଛି ।ବଜାରରେ ପୂର୍ତ୍ତ ବିଭାଗ ପକ୍ଷରୁ ମୁଖ୍ୟ ରାସ୍ତାର ଉଭୟ ପଟେ ପକ୍କା ଡ୍ରେନ ନିର୍ମାଣ ହୋଇ ନ ଥିବାରୁ ଉଦବୃତ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ମୁଖ୍ୟ ରାସ୍ତାରେ ଲହଡ଼ି ମାରୁଛି।ମୁଖ୍ୟ ରାସ୍ତାରେ। ଆଣ୍ଠୁଏ ଲେଖାଏଁ ପାଣି ଜମି ରହିବାରୁ ଯାତାୟାତ , ଯାନବାହନ ଚଳାଚଳ ,ବ୍ୟବସାୟ ବାଣିଜ୍ୟରେ ଘୋର ଅନ୍ତରାୟ ସୃଷ୍ଟି ହେଉଛି ।ଫଳରେ ଏଭଳି ସମସ୍ୟା ଯୋଗୁଁ ଚାରିଛକ ବାସୀ ଓ ଶହ ଶହ ବ୍ୟବସାୟୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।ବଜାରରେ ଡ୍ରେନ ନିର୍ମାଣ ଲାଗି ସ୍ଥାନୀୟ ଅଞ୍ଚଳବାସୀ ଙ୍କ ପକ୍ଷରୁ ସ୍ଥାନୀୟ ବିଧାୟକ ଓ ପୂର୍ତ୍ତବିଭାଗ ଅଧିକାରୀଙ୍କ ନିକଟରେ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଅଦ୍ୟାବଧି ଏହି ସମସ୍ୟା ର ପ୍ରତିକାର ହୋଇ ପାରିନାହିଁ ।ଖୁବ ଶୀଘ୍ର ଡ୍ରେନ ନିର୍ମାଣ କରାଯିବ ବୋଲି ବିଧାୟକ ଓ ପୂର୍ତ୍ତ ବିଭାଗ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ ହୋଇନାହିଁ ।ଉଦବୃତ୍ତ ବର୍ଷାଜଳ ବଜାରରୁ ନିଷ୍କାସନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାରିଛକ ବଜାରରେ ମୁଖ୍ୟରାସ୍ତା କଡ଼ରେ ପୂର୍ତ୍ତ ବିଭାଗ ପକ୍ଷରୁ ପକ୍କା ଡ୍ରେନ ନିର୍ମାଣ କରାଯିବା ଲାଗି ସ୍ଥାନୀୟ ସରପଂଚ ଚାରୁଲତା ବେହେରା ,୨୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ନାୟକ ସିପିଆଇ ନେତା କୃଷ୍ଣ ଚନ୍ଦ୍ର ରାଉତ ,ସନ୍ତୋଷ ବେହେରା, ବଜାର କମିଟି ସଭାପତି ମହେନ୍ଦ୍ର ନାୟକ, ସମାଜସେବୀ ଗୋପୀନାଥ କର ପ୍ରମୁଖ ଦାବି କରିଛନ୍ତି


