ତାଲାବନ୍ଦ ଆନ୍ଦୋଳନ ପାଇଁ ଶିକ୍ଷକ ସଂଘ କାର୍ଯ୍ୟକାରିଣୀ କମିଟିର ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଶିକ୍ଷକ ମାନଙ୍କ ତିନି ଦଫା ଦାବୀ ନେଇ ଆସନ୍ତା ଅଗଷ୍ଟ ଷୋହଳ ତାରିଖରୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ସମୂହ ଛୁଟି ଘୋଷଣା କରିଥିବା ବେଳେ ଏନେଇ ବେଲଗୁଣ୍ଠା ବ୍ଳକ୍ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ଏବଂ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ କର୍ମକର୍ତ୍ତାଙ୍କ ଏକ ମିଳିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ବେଲଗୁଣ୍ଠା ବ୍ଳକ୍ ସଭାପତି ବସନ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡା ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ I ଏହି ବୈଠକରେ ଉଭୟ ଶିକ୍ଷକ ସଂଘର ସମ୍ପାଦକ ବାଳକୃଷ୍ଣ ସାବତ, ମନୋରଞ୍ଜନ ବିଷୋୟୀ,ଉପସଭାପତି ଶଲ୍ୟ ସିଅ, କୋଷାଧ୍ୟକ୍ଷ ଶଙ୍କର ନାରାୟଣ ସେଠୀ, କମିଟି ସଦସ୍ୟ ବଲ୍ଲଭ ପଣ୍ଡା, ବିଦେଶୀ ବାଡତ୍ଯା,ସନ୍ତୋଷ ପଟ୍ଟନାୟକ,ସୁବ୍ରତ ପାତ୍ର,ଶୀତଳ ପ୍ରସାଦ ଜେନା, କେଦାର ନାଥ ନାୟକ, ମନୋଜ ପଟ୍ଟନାୟକ,ଅଶୋକ ବେହେରା, ନୀଳକଣ୍ଠ ନନ୍ଦ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହିତ ଆଗାମୀ ଆନ୍ଦୋଳନ ସକାଶେ ରଣନୀତି ପ୍ରସ୍ତୁତ କରିଥିଲେ I ଆଜିର ବୈଠକରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ନିର୍ଦ୍ଦେଶନାମା ଅନୁଯାୟୀ ଆସନ୍ତା ଅଗଷ୍ଟ ପାଞ୍ଚ ତାରିଖ ତଥା ଶନିବାର ଦିନ ବ୍ଳକ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ବୈଠକ କରାଯିବା ସହିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଆନ୍ଦୋଳନ ସମ୍ପର୍କିତ ଦାବିପତ୍ର ପ୍ରଦାନ କରାଯିବ ବୋଲି ସ୍ଥିର କରାଯାଇଥିଲା I ଏହା ସହିତ ଶିକ୍ଷକ ସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା I ଏନେଇ ଶିକ୍ଷକ ମାନଙ୍କୁ ସଂଗଠିତ କରିବା ପାଇଁ ସମସ୍ତ କ୍ଲଷ୍ଟର୍ ଇନଚାର୍ଜ ଏବଂ ସିଆରସିସି ମାନଙ୍କୁ ଦାୟିତ୍ୱ ଦିଆଯାଇଛି I ଆଗାମୀ ଆନ୍ଦୋଳନ ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ନେତୃତ୍ୱରେ ଅନୁଷ୍ଠିତ ହେବ ଏବଂ ଏହକୁ ଆମ ବ୍ଳକ୍ ସ୍ତରରେ ଶତପ୍ରତିଶତ ସଫଳ କରିବା ବୋଲି ସମ୍ପାଦକ ବାଳକୃଷ୍ଣ ସାବତ ପ୍ରକାଶ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ସନ୍ତୋଷ ପଟ୍ଟନାୟକ ପରିଚାଳନା କରିଥିଲେ I ଶିକ୍ଷକ ଶିଶିର କୁମାର ସ୍ଵାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ