କନ୍ଧମାଳ ରେ ପ୍ରବଳ ବର୍ଷା ଯୋଗାଯୋଗ ବିଛିନ୍ନ

ଫୁଲବାଣୀ, (ସୁର୍ଯ୍ୟ ନାରାୟଣ ବେହେରା):କନ୍ଧମାଳ ଜିଲ୍ଲା ରେ ଲଗାଣ ବର୍ଷା ଫଳରେ ଗ୍ରାମ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବର୍ଷା ଜଳ ବେହାଲ କରିଦେଇଛି।ଗତ କାଲିଠାରୁ ଲଗାତାର ବର୍ଷା ହେବା ଫଳରେ ଜିଲ୍ଲାର ଅଧିକାଂଶ ସ୍ଥାନରେ ସରକାର ଙ୍କ ଉନ୍ନତି ପାଣ୍ଠି ର ରାଶିରୁ ତିଆରି ହୋଇଥିବା ନିମ୍ନ ମାନର ରାସ୍ତା, ସ୍କୁଲ ପାଚେରୀ,ଗାର୍ଡ ୱାଲ, ନାଳ ,ପୋଲ, ବିଜୁ ସେତୁ ସମସ୍ତ କାର୍ଯ୍ୟ ଭାଂଗିଗଲାଣି।ଏଥିରେ ଜେଇ ଠିକାଦାର ଓ ଅଧିକାରୀ ଙ୍କ ବେପାରୁଆ ମନ ଭାବ ଯୋଗୁ ଏହିପରି କନ୍ଧମାଳ ଜିଲ୍ଲାରେ ଅଧିକାଂଶ ନିର୍ମାଣ କାର୍ଯ୍ୟ ଭାଙ୍ଗିପଡିଛି।ଯାହାରି ଫଳରେ ଜନସାଧାରଣ ହେବା ସହିତ ଆଗାମୀ ନିର୍ବାଚନ ଉପରେ ଏହି କାର୍ଯ୍ୟର ପ୍ରଭାବ ପଡିବ। କିନ୍ତୁ ଜେଇ, ଠିକାଦାର, ଅଧିକାରୀ ମାନେ ଭୟ ନ କରି ଏହି ମାନେ କହୁଛନ୍ତି ୫ ଟି ସଚିବ ଆମ ହାତରେ ତେଣୁ ଆମର କିଛି ହେବ ନାହିଁ।କଥାରେ ଅଛି ହାତୀ ଚାଲୁଥିବା କୁକୁର ଭୁକୁଥିବ ଏହିପରି ଭାବନା ରହିଛି।ତେଣୁ ଫୁଲବାଣୀ ସହରରେ ବିଭିନ୍ନ ୱାର୍ଡର ଡ୍ରେନ ଉପରେ ବର୍ଷା ଜଳ ଫୁଲ ହୋଇ ରାସ୍ତା ଉପରେ ଆଣ୍ଠୁଏ ପାଣି ଯିବା ଫଳରେ ସହରର ଅଧିକାଂଶ ଘରେ,ଦୋକାନ,ଅଫିସରେ ପାଣି ଭର୍ତ୍ତି ହୋଇଛି।ଏହା ସହିତ ଯିବା ଆସିବାରେ ଜନସାଧାରଣ ମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଥିବାର ଦେଖାଯାଇଛି ।ଏହି ଜଳକୁ କିପରି ନିଷ୍କାସନ କରାଯିବ ଜନସାଧାରଣଙ୍କୁ କିପରି ବର୍ଷା ଦାଉରୁ ରକ୍ଷା କରାଯିବ ଏହା ଜରୁରୀ କାଳୀନ ସାହାଯ୍ୟ ଫେଲ ମାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।ଫୁଲବାଣୀ ସହରରେ ଅଧିକାଂଶ ଘର ମାଲିକମାନେ ବଜାର ଠାରୁ ଆରମ୍ଭ କରି ବିଭିନ୍ନ ୱାର୍ଡର ଲୋକମାନେ ଜୋର ଜବରଦସ୍ତ ଡ୍ରେନ,ନାଳ, ଶଙ୍ଖ ଉପରେ ଘର କରିଛନ୍ତି।ପ୍ରଶାସନ ସବୁ ଜାଣି ନିରବ ରହିବା ଫଳରେ ଏହିପରି ପରିସ୍ଥିତି ହୋଇଛି ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି।ସେହିପରି ଗ୍ରାମଠାରୁ ସହରରେ ନିର୍ମାଣ ହୋଇଥିବା ସରକାରଙ୍କ ଯୋଜନାକୁ କିପରି ବାଟମାରଣ କରି ଜେଇ, ଅଧିକାରୀ,ଠିକାଦାର ଲାଭ ହେବେ ତାହାକୁ ଦେଖି ଅଧିକାଂଶ କାର୍ଯ୍ୟ ଠିକ ଭାବରେ ଠିକ ସମୟରେ କରିନଥାନ୍ତି।ବର୍ଷା ଦିନେ ଏହିପରି ନିର୍ମାଣ କାର୍ଯ୍ୟ ଭାଙ୍ଗିଲେ ସରକାର ଅନ୍ୟ ଫଣ୍ଡରୁ କାର୍ଯ୍ୟ ଆସିବ ଏହିପରି ଚାଲାକି ଚତୁର ଭାବେ ନିର୍ମାଣ ବିଭାଗ ମାନେ କରିଥାନ୍ତି।କିନ୍ତୁ ମୋ ସରକାର,5 ଟି ସଚିବ ଓ ଜିଲ୍ଲା ପ୍ରଶାସନ ଏହି ଅଧିକାରୀ,ଜେଇଙ୍କ ପ୍ରତି ଆଇନ,ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଏହି ପରି ନିମ୍ନମାନର ନିର୍ମାଣ କାର୍ଯ୍ୟ କରିବା ପାଇଁ ଭୟ ରହିବ। ଜିଲ୍ଲା ପ୍ରଶାସନର ଢ଼ିଲା ଓ ଅବହେଳା ଯୋଗୁଁ ଏପରି ସବୁ ବର୍ଷାଦିନେ ଜନ ସାଧାରଣ କଷ୍ଟ ଭୋଗିବାକୁ ପଡୁଛି ବୋଲି ବରିଷ୍ଠ ବିଜେପି ନେତା ତଥା ଆଇନଜୀବୀ ଭଗବାନ ମହାନ୍ତି କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ