ଚିକିତ୍ସାଧୀନ ଅବସ୍ଥାରେ ଅସୁସ୍ଥ ହାତୀଛୁଆ ର ମୃତ୍ୟୁ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ପ୍ରବଳ ବର୍ଷା ପାଇଁହାତୀ ଛୁଆ ଟି ବର୍ଷା ରେ ଅସୁସ୍ଥ ହୋଇ ପଡ଼ିଥିଲା, ଅସୁସ୍ଥ ହୋଇ ଚାଲି ନ ପାରିବାରୁ ହାତୀର ମାଆ ହାତୀ ଛୁଆକୁ ଛାଡି ପଳାଇଥିଲା ତିନିଦିନ ଚିକିତ୍ସା ପରେ ହାତୀ ଛୁଆଟିର ମୃତ୍ୟୁ ଘଟିଛି ।ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କରଞ୍ଜିଆ ବନଖଣ୍ଡ ର ରରୁଆଁ ସେକ୍ସନ ର ରରୁଆଁ ବିଟ ର ଜାମୁତି ଗ୍ରାମରେ ଦୁଇଦିନ ପୂର୍ବରୁ ବିଳମ୍ବିତ ରାତିରେ ୨୨ଟିକିଆ ଝାରଖଣ୍ଡି ହାତୀ ପଲ ରରୁଆଁ ବ୍ଲକ ପାର୍ବତୀପୁର ଗ୍ରାମ ଜଙ୍ଗଲରୁ ଝାରଖଣ୍ଡ ରାଜ୍ୟକୁ ଫେରିଯିବା ବେଳେ ଜାମୁତି ମୁଣ୍ଡାସାହି ନିକଟରେ ଏହି ନିରୀହ ଅସୁସ୍ଥ ଛୁଆ ହାତୀ କୁ ଛାଡି ପଳାଇ ଥିଲେ ।ମୁଣ୍ଡାସାହି ନିକଟରେ ହାତୀ ଛୁଆଟି ଅସୁସ୍ଥତା କାରଣରୁ ଶୋଇ ଥିବା ବେଳେ ବନବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ପହଁଞ୍ଚି ହାତୀ ଛୁଆକୁ ଉଦ୍ଧାର କରି ଗ୍ରାମ ଅଙ୍ଗନୱାଡି କେନ୍ଦ୍ରରେ ତାର ଚିକିତ୍ସା ଆରମ୍ଭ କରିଥିବା ଦେଖିବାକୁ ମିଲିଥିଲା । ହାତୀ ଛୁଆର ଦେହର ତାପମାତ୍ରା କମି ଯିବାରୁ ଅସୁସ୍ଥ ହେଇ ପଡ଼ିଥିଲା ବୋଲି ପଶୁ ବିଶେଷଜ୍ଞ ମାନେ ପ୍ରକାଶ କରିଥିଲେ। , ହାତୀ ଟି କିଭଳି ଶୀଘ୍ର ସୁସ୍ଥ ହେବ କେନ୍ଦୁଝର ରୁ ଏକ ଡ଼ାକ୍ତରୀ ଟିମ୍ ଆସି ଚିକିତ୍ସା ଜାରି ରଖିଥିବା ବେଳେ କରଞ୍ଜିଆ ଡିଏଫଓ, ଏସିଏଫ, ରେଞ୍ଜର, ସ୍ଥାନୀୟ ଫରେଷ୍ଟର ଓ ବନ କର୍ମଚାରୀ ଉପସ୍ଥିତ ହୋଇ ଶିଶୁ ହାତୀର ଚିକିତ୍ସା ବ୍ୟବସ୍ଥା ର ତଦାରଖ କରୁଥିବା ଦେଖିବାକୁ ମିଳିଥିଲା ।କିନ୍ତୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ ଓ ବନବିଭାଗ ର ସମସ୍ତ ଚେଷ୍ଟା ବିଫଳ ହେଲା ଆଜି ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆଟି ଆଖିବୁଝିଛି।ହାତୀ ଛୁଆ ର ମୃତ୍ୟୁ ଖବର ପାଈ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, ଏସିଏଫ ଫାଲଗୁନି ବେହେରା, କରଞ୍ଜିଆ ରେଞ୍ଜର ପ୍ରବୀର ମୂର୍ମୁ ଘଟଣା ସ୍ଥଳ ରେ ପହଞ୍ଚି ଯଥାବିଧି ପୂର୍ବକ ରରୁଆଁ ପଶୁ ଚିକିତ୍ସାଳୟ ରେ ହାତୀର ଶବ ବ୍ୟବଛେଦ ପରେ ହାତୀ ଉଦ୍ଧାର ହୋଇଥିବା ଜାମୁତି ଗ୍ରାମରେ ବିଧିପୂର୍ବକ ସଂସ୍କାର କରାଇଥିଲେ।
ହାତୀ ଛୁଆର ଶବ ଜାମୁତି ଗ୍ରାମରେ ପହଞ୍ଚିବା ପରେ ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ନାଏକ, ନାଏବ ସରପଞ୍ଚ ଗାରିମା ଜରାଇ ଙ୍କ ସହିତ ପ୍ରାୟ ତିନିଶହ ରୁ ଉର୍ଦ୍ଧ ଗ୍ରାମବାସୀ ଶବକୁ ଶଙ୍ଖ ହୁଳହୁଳି ସହିତ ଏକ ସଭାଯାତ୍ରା ରେ ଗ୍ରାମ ପରିକ୍ରମା ପରେ ଦାହ କରିବାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ