ସୋରଡା ବ୍ଲକରେ ଶିକ୍ଷକ ମାନଙ୍କ ପୋଷାକ ବ୍ୟବସାୟ ନେଇ ଅଭିଯୋଗ
ସୋରଡା, (ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ସୋରଡା ରେ ବର୍ତମାନ ଶିକ୍ଷକ ମାନେ ଶିକ୍ଷାଦାନ ବ୍ଯତୀତ ବାହ୍ୟ କାର୍ଯ୍ୟରେ ଲିପ୍ତ ଯୋଗୁଁ ଦିନକୁ ଦିନ ଶିକ୍ଷା ବ୍ୟବସ୍ଥା ଭୁସୁଡିବାରେ ଲାଗିଛି।ଶିକ୍ଷକ ମାନଙ୍କୁ ସମାଜର ଆଦର୍ଶ ବୋଲି ଗ୍ରହଣ କରାଯିବା ସହ ପିଲାଙ୍କ ଭବିଷ୍ୟତ ଗଢିବାପାଇଁ ଏକ ପ୍ରେରଣା ରୂପେ ଗ୍ରହଣ କରାଯାଏ।ଏବଂ ଏହାକୁ ନେଇ ଅନେକ ଉଦାହରଣ ରହିଛି,ଗୁରୁଦିବସ ପରି ପବିତ୍ର ଦିବସରେ ଏମାନକୁ ପୂଜା ମଧ୍ୟ କରାଯାଏ।ଏହିପରି ବଳିଷ୍ଠ ଆଦର୍ଶ ଶିକ୍ଷକ ମାନଙ୍କ ପାଇଁ ରହିଥିଲେ ସୁଧା ଯଦି ଶିକ୍ଷକ ମାନେ ଏହି ଆଦର୍ଶରୁ ବିଚ୍ଯୁତ ହୋଇ ପୋଷାକ ବେପାର ପରି ବ୍ୟବସାୟରେ ନିଜ କୁ ନିୟୋଜିତ କରିବେ ତେବେ ଶିକ୍ଷାବ୍ୟବସ୍ଥା ଭୁଶୁଡି ବା ସୁନିଶ୍ଚିତ


