୧୪ ନମ୍ବର ୱାର୍ଡର ସମସ୍ୟା ପ୍ରତି ପାରଳା ମୁନିସିପାଲିଟିର ଅଣଦେଖା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୈାରାଞ୍ଚଳର ୱଡ ନମ୍ବର ୧୪ର ଦୀର୍ଘ ଦିନ ର ସମସ୍ୟା ତଥା ମୁଖ୍ୟ ରାସ୍ତା ଷ୍ଟେଟ ବ୍ୟାଙ୍କ ଠାରୁ ପୁଲିସ ଥାନା ପର୍ଯ୍ୟନ୍ତ ଉଭୟ ପାର୍ଶ୍ଵର ରାସ୍ତା କଡ଼ରେ ଥିବା ନର୍ଧମା ରାସ୍ତା ନିର୍ମାଣ ନାମରେ ହରିଲୁଟ ହୋଇଥିବା ଅଭିଯୋଗ ବିଷୟରେ ବାରମ୍ବାର ଗଣମାଧ୍ୟମ ପ୍ରତିନିଧି ମାନେ ଖବର ପ୍ରଚାର ପ୍ରସାର କରି ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସେହି ୱଡ ର ପୈର ପରିଷଦର ନିର୍ବାଚିତ ସଭ୍ୟା ଶ୍ରୀମତୀ ଜ୍ୟୋତିମୈ ଦାସ ଓ ତାଙ୍କ ସମର୍ଥକଙ୍କ ସହିତ ଗଜପତି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିବା ସୂଚନା ମିଳିଛି।ଶ୍ରୀମତୀ ଦାସ ବାଟୋଗୈଡ ସାହି ର ସ୍ଥାୟୀ ବାସିନ୍ଦା, ଏବଂ ତାଙ୍କର ଘରୁ ପାଚାଷ ମିଟର ହେବ ଏହି ଛକ। କିନ୍ତୁ ନିର୍ବାଚନ ସରି ଦେତବର୍ଷ ବିତିଗଲାଣି ହେଲେ ସୁଦ୍ଧା ଏହି ଅଞ୍ଚଳ ସମସ୍ୟା ସମାଧାନ କରିବା ସମ୍ଭବପର ସୋଇପାରୁନାହିଁ। ସରକାରଙ୍କ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ ହେଉଛି। ରାସ୍ତା ନବୀକରଣ ନାମରେ ପାରଳାଖେମୁଣ୍ଡି ସହରରେ ୩୫କୋଟି ରୁ ୪୦କୋଟି ଆନୁମାନିକ ସରକାର ଙ୍କ ତରଫରୁ ଅଟକଳ ମୁଲ୍ୟ ଆସିଥିଲା। କିନ୍ତୁ ଏହା ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟକାରୀ ହୋଇପାରିନାହିଁ। ଏହି ବିଷୟରେ ବାରମ୍ବାର ଅଭିଯୋଗ ଜଣାଇଲେ ମଧ୍ୟ ପ୍ରଶାସନିକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିଥିଲେ। ଏହି ଅଞ୍ଚଳ ରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛନ୍ତି କାରଣ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଥିବା ନର୍ଧମା ପୋତି ଦିଆଯାଇ ବର୍ତମାନ ସୁଦ୍ଧା ନୂତନ ଭାବେ ନର୍ଦ୍ଦମାର ନିର୍ମାଣ ହୋଇପାରିନାହିଁ। ଯାହା ଫଳରେ କି ଏହି ଅଞ୍ଚଳରେ ଲୋକ ଙ୍କ ଘର ଭିତର ଅପରିଷ୍କାର ପାଣି ରାସ୍ତା ଉପରେ ଅତିବାହିତ ହେଉଥିବା ବେଳେ ସାଧାରଣ ଲୋକେ ଜିବା ଆସିବା ସମୟରେ ଲୋକଙ୍କ ଉପରେ ପଡ଼ିବାରୁ ଏହି ବିଷୟରେ ବାରମ୍ବାର ଅଭିଯୋଗ ଜଣାଇଲେ ବେଳେ ଏହାକୁ ଭିତ୍ତି କରି ବର୍ଷେ ପୂର୍ବେ ଏହି ଆଳରେ ଦୁଇ ତିନି ଦିନ କାଳ ଏହି ଅଞ୍ଚଳ ରେ ବସ୍ ଗାଡ଼ି ବନ୍ଦ କରି ନର୍ଧମା ରାସ୍ତା ମରାମତି କରିବା ଆଳରେ ବାଟୋମାରଣା ହୋଇଥିବା ଅଭିଯୋଗ ହୋଇଥିଲା। ହେଲେ ସୁଦ୍ଧା ଅଞ୍ଚଳ ବାସିନ୍ଦା ସୁଫଳ ମିଳିନଥିଲା। ବର୍ତମାନ ପୌର ପରିଷଦ ପକ୍ଷରୁ ଆବଶ୍ୟକ ନଥିବା କ୍ଷେତ୍ରରେ ଲକ୍ଷ ଲକ୍ଷ ଟଙ୍କା ମିସନ ଶକ୍ତି ନାମରେ ମୁକ୍ତା ଯୋଜନା ନାମରେ ଖର୍ଚ୍ଚ କରାଯାଉଛି। ଦୁଃଖ ର ବିଷୟ ସଭ୍ୟଙ୍କ ଇଛା ଶକ୍ତି ଅଭାବ ଯୋଗୁଁ ଏହି ସମସ୍ୟାର ସମାଧାନ ହୋଇ ପାରିନାହିଁ ବୋଲି ସେଠାକାର ଲୋକେ କହିଛନ୍ତି। ସେ ଯାହା ହେଉ କିଛି ଦିନ ଡେରି ହେବା ପରେ ହେଲେ ଲୋକଙ୍କ ସମାସ୍ୟାକୁ ହୃଦୟଙ୍ଗମ କରି ଏହି ସମସ୍ୟାର ସମାଧାନ ପାଇଁ ନିଜେ ନିଜର ସମର୍ଥକଙ୍କ ସହିତ ସୋମବାର ଦିନ ଜିଲାପାଳଙ୍କୁ ଅଞ୍ଚଳ ବାସିନ୍ଦା ଙ୍କ ସମସ୍ୟା ଜଣାଇଥିବା ଦେଖି ଅଞ୍ଚଳ ବାସିନ୍ଦା ମନରେ ସଭ୍ୟା ଙ୍କ ଉପରେ ଆସ୍ଥା ପ୍ରକଟ ହୋଇଥିବା ଅଞ୍ଚଳ ରୁ ସୁଣିବାକୁ ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ