କ୍ରାନ୍ତି ଦିବସ ଅଵସର ରେ ଏ ଆଇଟିୟୁସିର ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଛତ୍ରପୁର, (ଦେବଦତ୍ତ ମହାରଣା):ଅଗଷ୍ଟ ୯ ଐତିହାସିକ କ୍ରାନ୍ତି ଦିବସ ଅଵସର ରେ ଏଆଇଟିୟୁସି ଅନୁବନ୍ଧିତ ଫରେଷ୍ଟ ଉଡ଼, ଏଗ୍ରିକଲଚର ଏଣ୍ଡ ବିଲଡିଂ କନ ଷ୍ଟ୍ରକସନ ୱାକରସ ୟୁନିୟନ,ଉତ୍କଳ ମହିଳା ସମିତି ଗଞ୍ଜାମ ଜିଲ୍ଲା ପରିଷଦ, ନିଖିଳ ଓଡିଶା ଅଙ୍ଗନୱାଡ଼ି କର୍ମୀ ସଂଘ ଗଞ୍ଜାମ ଜିଲ୍ଲା କମିଟି, ଜୟଶ୍ରୀ କେମିକାଲ ଏମ୍ପୋଇସ ୟୁନିୟନ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ନିର୍ମାଣ ଶ୍ରମିକ ମାନଙ୍କ ନବୀକରଣ, ପଞ୍ଜିକରଣ ଓ ସହାୟତା ରାଶି ପ୍ରଦାନ,ଦରଦାମ ବୃଦ୍ଧି ପ୍ରତ୍ୟାହାର, ଶ୍ରମିକ କୋଡ଼ ବାତିଲ କରିବା,ଅଙ୍ଗନୱାଡି କର୍ମୀ ଓ ସହାୟିକା ଙ୍କୁ ୱାର୍କର୍ସ ମାନ୍ୟତା ପ୍ରଦାନ କରିବା, ଭତ୍ତା ବୃଦ୍ଧି,ଏସଏନପି ଦର ସଂଶୋଧନ କରିବା, ସାମାଜିକ ନିରାପତ୍ତା ଓ ପେନସନ ସମେତ ବିଭିନ୍ନ ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କେନ୍ଦ୍ର ର ମୋଦି ସରକାରଙ୍କ ବିରୁଦ୍ଧରେ ଗର୍ଜିଥିଲେ, ଏହା ସହିତ ମଣିପୁର ହିଂସା ଓ ମହିଳା ମାନଙ୍କ ହୋଇଥିବା ପ୍ରତି ଅନ୍ୟାୟ ବିରୁଦ୍ଧରେ ଉତ୍କଳ ମହିଳା ସମିତି ଗଞ୍ଜାମ ଜିଲ୍ଲା ପରିଷଦ ପକ୍ଷରୁ ପ୍ରତିବାଦ କରାଯାଇଥିଲା , ସ୍ଥାନୀୟ ଲକ୍ଷ୍ମଣ ଭଵନ ଠାରୁ ହଜାର ହଜାର ଅଙ୍ଗନ ୱାଡି କର୍ମୀ ଓ ସହାୟିକା,ନିର୍ମାଣ ଶ୍ରମିକ ଓ ଶ୍ରମିକ ମାନେ ହାତରେ ଏଆଇଟିୟୁସି ପତାକା ଧରି ବିଶାଳ ଶୋଭାଯାତ୍ରା ରେ ଫରେଷ୍ଟ ଉଡ଼, ଏଗ୍ରିକଲଚର ଏଣ୍ଡ ବିଲଡିଂ କନ ଷ୍ଟ୍ରକସନ ୱାକରସ ୟୁନିୟନ ର ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରବୀଣ କୁମାର ଦାଶ, ସିପିଆଇ ଜିଲ୍ଲା ସହ -ସମ୍ପାଦକ ନୀଳ କଣ୍ଠ ଦାଶ, ଉତ୍କଳ ମହିଳା ସମିତି ର ରାଜ୍ୟ ଉପସଭାନେତ୍ରୀ ଏନ. ଭାନୁମତୀ ରେଡ୍ଡୀ,ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ ଜନାର୍ଦନ ରେଡ୍ଡୀ, ସହ -ସମ୍ପାଦକ ଗୁରୁନାଥ ପ୍ରଧାନ,ନିଖିଳ ଓଡିଶା ଅଙ୍ଗନୱାଡ଼ି କର୍ମୀ ସଂଘ ଗଞ୍ଜାମ ଜିଲ୍ଲା କମିଟି ର ସଭାନେତ୍ରି ମମତାଜ ଖୁଣ୍ଟିଆ, ସମ୍ପାଦିକା ନର୍ମଦା ନାହାକ ଙ୍କ ନେତତ୍ବ ଛତ୍ରପୁର ସହର ପରିକ୍ରମା କରି ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ, ସେଠାରେ କାର୍ଯ୍ୟକାରୀ ସଭାପତି ପ୍ରବୀଣ କୁମାର ଦାଶଙ୍କ ପୌରହିତ୍ୟ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା, ପରେ ଏକ ପ୍ରତିନିଧି ଦଳ ଶ୍ରମ କମିସନର ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ପୃଥକ ପୃଥକ ଦାବୀ ପତ୍ର ଡେପୁଟି କଲେକ୍ଟର ଦୟାସିନ୍ଧୁ ପରିଡା ଙ୍କୁ ପ୍ରଦାନ କରିଥିଲେ, ଏହି ଆନ୍ଦୋଳନ ରେ ମହେନ୍ଦ୍ର ସେଠି, ସନ୍ତୋଷ ଦାଶ,ସନିଆ ପ୍ରଧାନ,ଏନ ମୁନପାତ୍ର,ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ, ସାରସ୍ୱତୀ ପ୍ରଧାନ, କେଶବ ନାହାକଙ୍କ ସମେତ ବିଭିନ୍ନ ସଂଗଠନ ର ଶ୍ରମିକ, ନିର୍ମାଣ ଶ୍ରମିକ ଏବଂ ଅଙ୍ଗୱାଡି କର୍ମୀ ଓ ସହାୟିକା ମାନେ ଉପସ୍ଥିତ ଥିଲେ,ସୁରକ୍ଷା କୁ ଦୃଷ୍ଟି ରଖି ଛତ୍ରପୁର ଏସ୍ଡ଼ିପିଓ ଗୌରହରି ସାହୁ, ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଚମାଖଣ୍ଡି ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଗଞ୍ଜାମ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା ଙ୍କ ସମେତ ଏକ ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲେ,ଛତ୍ରପୁର ଅତିରିକ୍ତ ତହସିଲଦାର ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ ତୁଲାଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ