ଦାଦରାଖୋଲ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ଦଦରାଖୋଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ପୋଷାକ ବଣ୍ଟନ ମେଳାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଗନ୍ତାୟତ ଅଧ୍ୟକ୍ଷତା କରିଥୋଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ବି.କରଡ଼ାବାଡି ସରପଞ୍ଚଙ୍କ ପ୍ରତିନିଧି ଡି.ସତ୍ୟନାରାୟଣ ଆଚାରୀ, ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ଏସଏମସି ସଭାପତି ଦଣ୍ଡପାଣି ସାହୁ ଓ ସିଆରସିସି ଶଶିକାନ୍ତ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିବା ସହ ଉତ୍ତମ ଭାବେ ପାଠ ପଢିବାକୁ ପରାମର୍ଶ ଦେଇଥିଲେ। ସହକାରୀ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ପ୍ରଧାନ, ପୁଷ୍ପାଞ୍ଜଳି ପରିଡା ଓ ସନ୍ତୋଷିନୀ ନାୟକ ପରିଚାଳନାରେ ସହଯୋଗ କରିଥିଲେ। ସହକାରୀ ଶିକ୍ଷକ ଗୁରୁ ଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ