ଫାଇଲେରିଆ ନିରାକରଣ ପାଇଁ ପଥପ୍ରାନ୍ତ ନାଟକ

ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜର ଏନଏସଏସ ୟୁନିଟ୍ ପକ୍ଷରୁ ଫାଇଲେରିଆ ନିରାକରଣ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । କଲେଜର ଭାରପ୍ରାପ୍ତ ଅଧ୍ଯକ୍ଷ ଗୋପୀନାଥ ମହାନ୍ତି ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଏଥିରେ ବୁଗୁଡା ମେଡିକାଲ କର୍ମଚାରୀ , ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଫାଇଲେରିଆ ରୋଗ ପ୍ରତିରୋଧକ ଔଷଧ ସେବନ କରାଇଥିଲେ । ଏଥି ସହ ଏନଏସଏସ ୟୁନିଟ ପ୍ରୋଗ୍ରାମ ଅଫିସର ଅଧ୍ଯାପିକା ମିନତୀ ଆଚାରୀଙ୍କ ତତ୍ତ୍ବାବଧାନରେ ସ୍ବେଚ୍ଛାସେବୀମାନେ ଏକ ଶୋଭାଯାତ୍ରାରେ ବାହାରି ନିକଟସ୍ଥ ଢେଉକା ଗ୍ରାମରେ ପହଞ୍ଚି ସେଠାରେ ପଥପ୍ରାନ୍ତ ନାଟକ “ଫାଇଲେରିଆ ତୁ ଫେରିଯା” ମାଧ୍ୟମରେ ଫାଇଲେରିଆ ନିରାକରଣ ପ୍ରତି ଜନସଚେତନତା ସୃଷ୍ଟି କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ଯାପିକା ଭାଗ୍ଯଲତା ମହାପାତ୍ର ଓ କ୍ରୀଡା ଶିକ୍ଷକ ଭଞ୍ଜ କିଶୋର ଗୌଡ଼ଙ୍କ ସମେତ ଅନ୍ୟ ଅଧ୍ଯାପକମାନେ ସହଯୋଗ କରିଥିଲେ । ଏକ ସପ୍ତାହ ବ୍ଯାପି ଅନୁଷ୍ଠିତ ହେବାକୁ ଯାଉଥିବା ଉକ୍ତ ନିରାକରଣ ଅଭିଯାନ ଅବସରରେ ଦୈନିକ କଲେଜ ଛାତ୍ରଛାତ୍ରୀଙ୍କୁ ପର୍ଯାୟ କ୍ରମେ ଫାଇଲେରିଆ ପ୍ରତିଷେଧକ ଔଷଧ ସେବନ କରାଯିବା ସହ ନିକଟସ୍ଥ ଅନ୍ୟ ଗ୍ରାମଗୁଡ଼ିକରେ ମଧ୍ୟ ଜନସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ