ହର୍ ଘର୍ ଏକ ପୌଦ୍ଧା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଞ୍ଜୀକୃତ ସଂସ୍ଥା ମାଇଁ ଏନ୍‌.ସି.ସି. ଅ।।ଲୁମିନି ଆସୋସିଏସନ ପକ୍ଷରୁ ‘ହର ଘର ଏକ ପୌଦ୍ଧା’ ଅନ୍ତର୍ଗତ ଏକ ସ୍ୱେଚ୍ଛାକୃତ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମାଇଁ ଏନ୍‌.ସି.ସି. ଅ।।ଲୁମିନି ଆସୋସିଏସନ ‘ହର ଘର ଏକ ପୌଦ୍ଧା’ ଲଗାଇବା ପାଇଁ ଯେଉଁ ଅଭିନବ ପ୍ରୟାସ ଆରମ୍ଭ କରିଥିଲା ତାହା ଅ।।ଜି କେବଳ କେନ୍ଦ୍ରାପଡା ଜିଲ୍ଲା ନୁହେଁ ବରଂ ସାରା ଓଡିଶାର କୋଣ ଅନୁକୋଣରେ ପହଞ୍ôଚ ପାରିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାର ତିନିମୁହାଣୀ ଛକରେ ମାଇଁ ଏନ୍‌.ସି.ସି. ଅ।।ଲୁମିନି ଆସୋସିଏସନ ପକ୍ଷରୁ ଏକ ହଜାରରୁ ଉର୍ଦ୍ଧ ବିଭିନ୍ନ କିସମର ଚାରା ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାଇଁ ଏନ୍‌.ସି.ସି. ଅ।।ଲୁମିନି ଆସୋସିଏସନର ସଦସ୍ୟ ରାଜଲକ୍ଷ୍ମୀ ମହାରଣା, ଦେବସ୍ମିତା ଜେନା, ପ୍ରେମାନନ୍ଦ ଲେଙ୍କା, ଶ୍ରୀକାନ୍ତ ପୋଥାଳ, ରଶ୍ମୀରଞ୍ଜନ ମହାରଣା, ଅନୁପ କୁମାର ରାଉତ, ମହମ୍ମଦ ସାଜିଦ ଖାନ୍‌, ମିତ୍ରଭାନୁ ସାହୁ, ମହମ୍ମଦ ରିଆଜଉଦ୍ଦିନ, ଚିତ୍ତରଞ୍ଜନ ଦାସ, ସୁଜିତ କୁମର ସେଠୀ ପ୍ରମୁଖଙ୍କ ସମେତ ବର୍ତ୍ତମାନ ଏନ୍‌ସିସି ବାଳକ ଓ ବାଳିକା ବିଭାଗର କ୍ୟାଡେଟମାନେ ମଧ୍ୟ ସହଯୋଗ କରିଥିଲେ । ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ‘ହର ଘର ଏକ ପୌଦ୍ଧା’ କାର୍ଯ୍ୟକ୍ରମ ଜାରି ରହିବ ବୋଲି ମାଇଁ ଏନ୍‌ସିସି ଆଲୁମିନି ଆସୋସିଏସନର ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ ଘୋଷଣା କରିବା ସହିତ ସମସ୍ତ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ