ଗୋପାଳପୁରରେ ୭୭ତମ ସ୍ୱାଧୀନତା ଦିବସ ପାଳିତ
ଗୋପାଳପୁର, (ଅନିଲ କୁମାର):ଗୋପାଳପୁର ବସ ଷ୍ଟାଣ୍ଡ ନିକଟସ୍ଥ ବି.ଇ.ଏସ.ଟି. (ବେଷ୍ଟ) ଶିକ୍ଷା ଅନୁଷ୍ଠାନରେ ୭୭ତମ ସ୍ୱାଧୀନତା ଦିବସ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି, ଏଥିରେ ମୁଖ୍ୟଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଶ୍ରୀ ଗୋପବନ୍ଧୁ ଦାସ ଯୋଗ ଦେଇଥିଲେ, ଗୋପଳପୁର ଭିଆଇପି ରୋଡ଼ ନିକଟରେ ଥିବା ଗୋପାଳପୁର ବିଜେଡି କାର୍ଯ୍ୟଳୟ ଠାରୁ ଦୁଇସହରୁ ଉର୍ଦ୍ଧ ଯୁବକ ମୋଟର ସାଇକଲରେ ରାଲି କରି ଶ୍ରୀ ଦାସଙ୍କୁ ଶିକ୍ଷା ଅନୁଷ୍ଠାନ ପର୍ଯ୍ୟନ୍ତ ପାଛୋଡ଼ି ନେଇଥିଲେ, ସେଠାରେ ଜାତୀୟ ସମର ଶିକ୍ଷଥ୍ରୀ ବାହିନୀ (ଏନସିସି)ର କେଡରମାନଙ୍କ ଦ୍ୱାରା ଗାର୍ଡ ଅଫ ଅନର ପ୍ରଦାନ କରାଯିବାପରେ ପତକା ଉତ୍ତାଳନ ସ୍ଥଳକୁ ପାଛୋଡ଼ି ନିଆଯାଇଥିଲ, ପତକା ଉତ୍ତାଳନ କରାଯିବା ସହ ରାଷ୍ଟୀୟ ସଂଗୀତ ଗାନକରାଇଥିଲା, ସେଠାରେ ଉପସ୍ଥିତ ଛାତ୍ର, ଛାତ୍ରୀ ଓ ଯୁବ ପିଢିଙ୍କୁ ଗାନ୍ଧୀ ଓ ନେତାଜୀଙ୍କ ପରି କାର୍ଯ୍ୟ କରି ଦେଶ ଓ ସମାଜର ସେବାକରୀବା ସହ ଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ମୁଖ୍ୟ ଅତିଥି ନିଜ ବକ୍ତ୍ୟବ୍ୟରେ ପ୍ରକାଶ କରିଥିଲେ, ଅନୁଷ୍ଠାନର ବିଦ୍ୟାଥ୍ରୀ ମାନଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତ କାର୍ଯ୍ୟ ହୋଇଥିବା ବିଦ୍ୟାଥ୍ରୀଙ୍କୁ ଶ୍ରୀ ଦାସଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା, ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ମୁଖ୍ୟ ଶ୍ରୀ ରଘୁରାମ ସାହୁଙ୍କ ସଭାପତିତ୍ୱରେ ହୋଇଥିବାବେଳ ସନ୍ନମାନିତ ଅତିଥି ଭାବେ ଗୋପାଳପୁରର ଯୁବ ସମାଜସେବି ଶ୍ରୀ ଏମ. ଶିବ ପାତ୍ର ଯୋଗଦେଇ ଥିଲେ, ଅତିଥି ଭାବେ ଅଖିଳ ଭାରତ ମରୁୱାଡି ମହିଳା ସଙ୍ଘର ଶ୍ରୀମତୀ ସୀମା ଚୌଧୁରୀ, ଲକ୍ଷ୍ମଣ ରାଓ, ଲଲାଟ, କଲ୍ୟାଣ, ରାଜୁ ପ୍ରମୁଖ ଯୋଗ ଦେଇଥିଲେ, ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସମାଜ ସେବି ଯୁବ, ଛାତ୍ର ଓ ମହିଳା ମାନେ ଉପସ୍ଥିତଥିଲେ, ପରେ ଗୋପାଳପୁର ସ୍ଥିତ ଜରା ଆଶ୍ରାମରେ ଥିବା ବ୍ୟକ୍ତିଙ୍କୁ ଫଳ ବଣ୍ଟନ କରିଥିଲେ ଶ୍ରୀ ଦାସ, ଏଥିସହ ଅଂଚଳର ସମସ୍ତ ଶିକ୍ଷା ଅନୁଷ୍ଠାନ, ବ୍ୟବସାୟୀ ସ୍ଥଳୀ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ଧୁମ ଧାମରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଥିବା ଜଣାପଡିଛି.