ବି.ଇ.ଓ ଙ୍କ ବୃକ୍ଷରୋପଣ ନିଶା, ଆରମ୍ଭ କଲେ ମୋ ଚାରା, ମୋ ସେଲଫି କାର୍ଯ୍ୟକ୍ରମ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ସିନିୟର୍ ବି.ଇ.ଓ ଏସ୍.ଧନଞ୍ଜୟ ବୃକ୍ଷରୋପଣ ପ୍ରତି ଜନସଚେତନତା ସୃଷ୍ଟି ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ପବିତ୍ର ସତସ୍ତୁରୀ ତମ ସ୍ବାଧିନତା ଦିବସ ପାଳନ ଅବସରରେ ନିଜସ୍ବ ପରିକଳ୍ପନାରେ ସେ ଆରମ୍ଭ କରିଛନ୍ତି My Selfi My Saplings ଭଳି ନିଆରା କାର୍ଯ୍ୟକ୍ରମ l ସେ ବ୍ଳକର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀଙ୍କୁ ପ୍ରାୟ ଏଗାର ହଜାର ଚାରା ରୋପଣ ନିମିତ୍ତ ପ୍ରୋତ୍ସାହିତ କରିଛନ୍ତି ଏଥିରେ ତାଙ୍କୁ ବ୍ଳକର ଷୋହଳଟି କ୍ଳଷ୍ଟରର ସି.ଆର୍.ସି.ସି ଙ୍କ ସମେତ ସହଯୋଗ କରିଛନ୍ତି ବି.ଇ.ଓ ଅଫିସ୍ ଷ୍ଚାଫ ପରିବେଶ ସୁରକ୍ଷା ପ୍ରତି ଯତ୍ନବାନ ଥିବା ବି.ଇ.ଓ ଏସ୍ ଧନଞ୍ଜୟ ପୂର୍ବରୁ ଚିଠି କରି ଆବଶ୍ୟକ ପରିମାଣର ଚାରା ପ୍ରଦାନ ନିମିତ୍ତ ଘୁମୁସର ବନାଞ୍ଚଳର ସେଣ୍ଟାଲ୍ ରେଞ୍ଜ, ମୁଜାଗଡ ରେଞ୍ଜ ଓ ଗାଲେରୀ ରେଞ୍ଜ ଏହି ତିନିଗୋଟି ରେଞ୍ଜ ଅଫିସରଙ୍କୁ ଅନୁରୋଧ କରିଥିଲେ ପରେ ସି.ଆର୍.ସି.ସି ମାନେ ଆବଶ୍ୟକ ପରିମାଣର ଚାରା ସଂଗ୍ରହ କରି ବିଦ୍ୟାଳୟ ଗୁଡିକୁ ପ୍ରଦାନ କରିଥିଲେ ଯାହା କି ସ୍ବାଧିନତା ଦିବସରେ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଣ୍ଟନ କରାଯାଇଛି ଏହି ଚାରାକୁ ରୋପଣ ବେଳେ ପ୍ରତ୍ୟେକେ ଗୋଟିଏ ଗୋଟିଏ ସେଲଫି ଫୋଟ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମ ଯେପରିକି ଫେସବୁକ୍, ୱାଟସପ,ଟୁଇଟର୍, ଇନଷ୍ଚାଗ୍ରାମ ଆଦିରେ ପୋଷ୍ଚ କରି ବୃକ୍ଷରୋପଣ ନିମିତ୍ତ ଜନ ସଚେତନତା ସୃଷ୍ଟି ପାଇଁ ସେ ପରାମର୍ଶ ପ୍ରଦାନ କରିବା ସହ My Selfi My Saplings କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ତଦନୁସାରେ ବ୍ଳକର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ,କଲେଜ ଆଦିର ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀ,ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ, ସି.ଆର୍.ସି.ସି ,ଛାତ୍ରଛାତ୍ରୀବୃନ୍ଦ ବଣ୍ଟନ କରାଯାଇଥିବା ପ୍ରାୟ ଏଗାର ହଜାର ଚାରାକୁ ସ୍କୁଲ ହତା ତଥା ବିଭିନ୍ନ ଖୋଲା ସ୍ଥାନ,ବାଡି ବଗିଚା ଆଦିରେ ରୋପଣ କରିଥିବା ଜଣା ପଡିଛି ଏତଦ୍ ବ୍ୟତୀତ ନିଜ କାର୍ଯ୍ୟାଳୟ ପରିସରରେ ସ୍ବାଧୀନତା ଦିବସ ପାଳନ ବେଳେ ନିଜେ ବୃକ୍ଷରୋପଣ କରିବା ସହ ସମସ୍ତ ଷ୍ଟାଫ ଓ ସି.ଆର୍.ସି.ସିବୃନ୍ଦଙ୍କୁ ଚାରା ବଣ୍ଟନ କରିଥିବା ଜଣାପଡିଛି