କଂଗ୍ରେସ ପକ୍ଷରୁ ସମସ୍ତ ବ୍ଲକ୍ ଅଫିସ ଘେରାଉ କରିବା ନିମନ୍ତେ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଏକ ବୈଠକ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମହୋନା ବିଧାୟକ ଶ୍ରୀ ଦାସରଥି ଗମାଙ୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରେ ଆସନ୍ତା ଅଗଷ୍ଟ ମାସ ୧୮ତାରିଖ ଶୁକ୍ରବାର ଦିନ ଓଡ଼ିଶା ର ସମସ୍ତ ବ୍ଲକ୍ ଅଫିସ ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଜିବ। ଏହି ବିକ୍ଷୋଭ ପ୍ରଦର୍ଶନ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭାରତ ରେ ମୋଦି ସରକାର ଅମଳରେ ହୋଇ ଥିବା ମଣିପୁର ଆସନ୍ତା ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ରାଜ୍ୟରେ ନବୀନ ସରକାରଙ୍କ ଅମଳରେ ଜିଲା ଦଳୀୟ ମନୋବୃତ୍ତି ରଖି ସମସ୍ତ ବିଭାଗର ହୋଇଥିବା ଅନିୟମିତତା ଅଭିଯୋଗ ଗୁଡିକ ପ୍ରଶାସନିକ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଜିବ ବୋଲି ଆଲୋଚନା କରିଥିଲେ। ଏହି ଅବସରରେ ଆସନ୍ତା ଅଗଷ୍ଟ ମାସ ୧୮ଦିନ ଗଜପତି ଜିଲ୍ଲା ରେ ଥିବା ସମସ୍ତ ବ୍ଲକ୍ ତଥା ମୋହନା,ଆର ଉଦୟଗିରି,ନୁଆଗଡ, ରାୟଗଡ଼, ଗୋଷାଣୀ, ଗୁମ୍ମା, କାଶୀନଗର, ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଜିବ ବୋଲି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବୈଠକ ରେ ନିଷ୍ପତି ନେଇଛନ୍ତି। ଅପରପକ୍ଷରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳର ତିନୋଟି ବ୍ଲକ ରେ ଶ୍ରୀ ବିଜୟ କୁମାର ପଟ୍ଟନାୟକ , ପୂର୍ବତନ ମୂଖ୍ୟ ଶାସନ ସଚିବ,ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ର ଚେୟାରମେନ ଉପସ୍ଥିତ ରହିବେ । ଏଥିପାଇଁ କାଶୀନଗର ବ୍ଲକ ରେ ରାମପ୍ରଶାଦ ପଟ୍ଟନାୟକ, ଗୁମ୍ମା ବ୍ଲକର ଲଳିତ ମୋହନ ଦଣ୍ଡସେନା, ଗୋଷାଣୀ ବ୍ଲକ୍ ରେ ସଂଜୟ ଅଧିକାରୀ ଙ୍କୁ ଦାଇତ୍ୱ ଦିଆଯାଇଛି। ଏବଂ ମୋହନା ନିର୍ବାଚନ ମଣ୍ଡଳୀ ର ଚାରିଗୋଟି ବ୍ଲକକୁ ଶ୍ରୀ ଦାସରଥି ଗମାଙ୍ଗ ଜିଲ୍ଲା ସଭାପତି ତଥା ମହୋନା ବିଧାୟକ ସେ ନିଜେ ଦାଇତ୍ୱ ରେ ପରିଚାଳନା କରିବା ପାଇଁ ଦଳୀୟ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ନିସ୍ପତି ହୋଇ ଜାଇଛି। ଏହି କାର୍ଯ୍ୟକ୍ରମ ରେ କାର୍ଯ୍ୟକ୍ରମରେ ଲଳିତ ମୋହନ ଦଣ୍ଡସେନା,ମଣ୍ଟୁ ପାଣି, ଅଭିମନ୍ୟୁ ପଣ୍ଡା, ବସନ୍ତ କୁମାର ପଣ୍ଡା, ସୂର୍ଯ୍ୟ ନାରାୟଣ ପାତ୍ର, ସଂଗ୍ରାମ ସାହୁ,ରାଜାପାତ୍ର, ତ୍ରିନାଥ ପାତ୍ର,ସାନ୍ତୁ ରଥ ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ