ବିଜେପି ପକ୍ଷରୁ ଭୋଟର ସଚେତନ ମହାଭିଯାନ

କବିସୂର୍ଯ୍ୟନଗର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁଡ଼ିଆଳି ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ବିଜେପି ପକ୍ଷରୁ ଭୋଟର ସଚେତନ ମହାଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ନାୟକ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକ ଙ୍କ ସୁପୁତ୍ରୀ ତଥା ଆସିକା ଲୋକସଭା ସାଂସଦ ପ୍ରାର୍ଥୀନୀ ଅନିତା ଶୁଭ ଦର୍ଶିନୀ ପଟ୍ଟନାୟକ ଯୋଗ ଦେଇ ଭୋଟର ମାନଙ୍କୁ ସଚେତନ କରିବା ସହିତ ଆଗକୁ ବୁଥ ସ୍ତରରେ କିପରି ଭୋଟର ମାନେ ନିଜ ନିଜର ମତ ସାବ୍ୟସ୍ତ କରିବେ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ | ମୋଦୀ ସରକାର ଙ୍କ ନେତୃତ୍ବାଧୀନ ବିଜେପି ସରକାରଙ୍କ ସମସ୍ତ ଜନ ହିତକର ଯୋଜନା କିପରି ଲୋକଙ୍କ ପାଖରେ ପହଂଚିବ ସେ ନେଇ କର୍ମୀ ମାନଙ୍କୁ ଅବଗତ କରାଇବା ସହିତ ଉତ୍ସାହିତ କରିଥିଲେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର ନାୟକ | ରାଜ୍ୟ ସରକାରଙ୍କ ଅପାରଗତା ଏଵଂ ମୋଦୀ ସରକାରଙ୍କ ସୁଶାସନ ସମ୍ବନ୍ଧୀୟ ପ୍ରଚାର ପତ୍ର ଲୋକଙ୍କୁ ବଣ୍ଟନ କରାଯାଇଥିବା ବେଳେ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ କର୍ମୀମାନଙ୍କ ମଧ୍ୟରେ ସୁସମ୍ପର୍କ ବଢ଼ାଇବା ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ବିଜେପି ର ବରିଷ୍ଠ ନେତା ଅରୁଣ ପଣ୍ଡା, ନୀଳ ମହାପାତ୍ର,ଅନିଲ ପଣ୍ଡା ଯଜ୍ଞ ନାରାୟଣ ଦାସ, କୋଦାଳା ଏନଏସି ଉପାଧ୍ୟକ୍ଷା ରଂଜିତା ସେଠି ପ୍ରମୁଖ ଉପସ୍ଥିତ ରହି କର୍ମୀ ମାନଙ୍କ ସମେତ ଆଖ ପାଖ ପଞ୍ଚାୟତରୁ ଆସିଥିବା ଜନ ସାଧାରଣଙ୍କ ଉଧ୍ୟେଶ୍ୟ ରେ ଭୋଟର ସଚେତନତା ସମ୍ବଦ୍ଧିୟ ତଥ୍ୟ ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ବିଜେପି ଯୁବ ନେତା ଶ୍ରୀକାନ୍ତ ପଣ୍ଡା, ମୀରା ବାଇ ଦେଓ, ରତନ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ