କୁଣ୍ଢେଇ ଶାଖା କେନାଲ ରେ ଘାଇ

ନିମାପଡ଼ା, (ସନ୍ତୋଷ ଦାଶ):କୁଣ୍ଡେଇ ଡିଷ୍ଟ୍ରିବ୍ୟୁଟାରି ମୁଖ୍ୟ କେନାଲ ର ଗଡ ଝିଙ୍କିରିଆ ଶାଖା କେନାଲ ରେ ଘାଇ ସୃଷ୍ଟି ହୋଇଥିବାରୁ ଚାଷୀ ଙ୍କ ଧାନ ବିଲରେ ପାଣି ମାଡିବାରେ ଲାଗିଛି।ଏବେ ଏବେ ଚାଷୀ ବିଲରେ ରୁଆ ବେଉଷଣ କାର୍ଯ୍ୟ କରିଥିଲେ। କେନାଲ ପାଣି ବିଲରେ ଜମା ହେଉଥିବାରୁ ଧାନ ତଳି ସବୁ ସଢି ଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏ ସମ୍ପର୍କ ରେ ଚାଷୀ ମାନେ ଜଳସେଚନ ବିଭାଗ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଫଳରେ ଚାଷୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଅନ୍ଧୁଟି, ତଢ଼ଣା, ଝୀଙ୍କିରିଆ, ନାକଡ଼ିହ ପ୍ରଭୁତି ମୌଜା ର ଶହ ଶହ ଏକର ଧାନ ଚାଷ ଜମି ଜଳମଗ୍ନ ହୋଇପଡିଛି।ଅପରପକ୍ଷରେ ଘାଇ ସୃଷ୍ଟି ହୋଇଥିବାରୁ କେନାଲ ର ଶେଷମୁଣ୍ଡ କୁ ପାଣି ଯାଉନାହିଁ। ଫଳରେ ତଳ ମୁଣ୍ଡରେ ଥିବା ଚାଷୀ ମାନେ କେନାଲ ପାଣି ପାଇ ପାରୁନାହାନ୍ତି। ସେମାନଙ୍କ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ। ତୁରନ୍ତ କେନାଲ ବନ୍ଧ ରେ ହୋଇଥିବା ଘାଇ କୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯିବାକୁ ଚାଷୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ