ଭୀମପୁରା କ୍ରୀଡ଼ା ଛାତ୍ରାବାସ ଠାରେ ଜାତୀୟ କ୍ରୀଡା ଦିବସ ପାଳନ
ବାଲେଶ୍ୱର, (ସରୋଜ ପଣ୍ଡା):ମେଜର ଧ୍ୟାନ ଚାନ୍ଦ ଙ୍କ ଜନ୍ମ ଜୟନ୍ତୀ ଦିବସକୁ ଜାତୀୟ କ୍ରୀଡା ଦିବସ ରୂପେ ପାଳନ କରାଯାଏ।ଏହି ଅବସରରେ ଆଜି ସକାଳେ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ଭୀମପୁରା କ୍ରୀଡ଼ା ଛାତ୍ରାବାସ ପଡିଆ ଠାରେ ଜାତୀୟ କ୍ରୀଡା ଦିବସ ପାଳନ ହୋଇଯାଇଛି।ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କ୍ରୀଡ଼ା ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।ପରେ ଆୟୋଜିତ ଏକ ଶୋଭାଯାତ୍ରା କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନା,ଚିତ୍ତରଞ୍ଜନ ପାଶା ପରିଚାଳନା କରିଥିଲେ। ଅପରାହ୍ନରେ କ୍ରୀଡ଼ା ଛାତ୍ରାବାସ ପଡ଼ିଆରେ ଭଳିବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।