ସରକାରୀ କଲେଜକୁ ନେଇ ମିଳିତ ନାଗରିକ କମିଟି ଜିଲ୍ଲାପାଳଙ୍କ ସହ ଆଲୋଚନା

ଫୁଲବାଣୀ, (ସୁର୍ଯ୍ୟ ନାରାୟଣ ବେହେରା):ଜିଲାରେ ଉଚ୍ଚଶିକ୍ଷାକୁ ବ୍ୟବସ୍ଥିତ କରିବାକୁ ନଭେମ୍ବରରେ ନାକ ଟିମ କନ୍ଧମାଳ ଗସ୍ତରେ ଆସୁଥିବାରୁ ମହାବିଦ୍ୟାଳୟର ଭିତ୍ତିଭୂମି ନିର୍ମାଣ ତ୍ୱରାନ୍ୱିତ କରିବାକୁ ମିଳିତ ନାଗରିକ କମିଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ସଂନ୍ଧ୍ୟାରେ ଜିଲାପାଳଙ୍କ ସହ ଆଲୋଚନା କରିଛନ୍ତି।ଏଠାରେ ସୁଚନାଯୋଗ୍ୟ ଯେ ଫୁଲବାଣୀ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ତତ୍କାଳୀନ ଅଧ୍ୟକ୍ଷ ମାନେ ୟୂଜିସିକୁ ନିୟମିତ ବାର୍ଷିକ ବିବରଣୀ ପ୍ରଦାନ ନ କରିବାରୁ ୨୦୧୬ମସିହାରୁ ମହାବିଦ୍ୟାଳୟର ସ୍ୱୟଂ ଶାସନକ୍ଷମତା ଓ ନାକ ମାନ୍ୟତା ପ୍ରତ୍ୟାହାର କରି ନିଆଯାଇଛି। ଏହା କନ୍ଧମାଳ ପାଇଁ ଏକ ଲଜ୍ଜାଜନକ ବିଷୟ । ପୁନର୍ବାର ଗତ ଦୁଇ ବର୍ଷ ଧରି ନାଗରିକ କମିଟିଓ ଆଲମୁନି ପକ୍ଷରୁ ବୈଠକ କରି ବାରମ୍ବାର ପତ୍ରାଳାପ କରିବା ଫଳରେ ନାକ ଟିମ ଆସନ୍ତା ନଭେମ୍ବର ମାସ ୧୫ ଓ ୧୬ ତାରିଖ ରେ ମହାବିଦ୍ୟାଳୟ ପରିଦର୍ଶନରେ ଆସିବା ପାଇଁ ପତ୍ରାଳାପ କରିଛନ୍ତି।ଚିଠି ଆସିବାର ଦୁଇମାସ ଅତିକ୍ରାନ୍ତ ହୋଇଥିଲେ ହେଁ ମହାବିଦ୍ୟାଳୟର ଭିତ୍ତିଭୂମୀ ବିକାଶ ପାଇଁ ନିଯାଉଥିବା ପଦକ୍ଷେପ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି।ଯାହା (ୟୂଜିସି)ନାକ ଟିମ ଆସିବା ସମୟ ସୀମା ଭିତରେ ଶେଷ ହେବା ଆଦୌ ଆଶା ଦିଶୁନାହିଁ।
ଦ୍ୱିତୀୟରେ,ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ପରିସ୍ଥିତି ଦୃଷ୍ଟିରୁ ସହଯୋଗର ହାତ ବଢାଉଥିବାବେଳେ, ବର୍ତ୍ତମାନର ଅଧ୍ୟକ୍ଷ ଓ ସହଯୋଗୀ ମାନେ ଏହାକୁ ସାକାରତ୍ମକ ଭାବେ ନ ନେଇ କମିଟି ସଦସ୍ୟଙ୍କୁ ଅସମ୍ମାନ କରୁଥିବା ଅଭିଯୋଗ ହୋଇଛି।ଜିଲାର ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଜିଲ୍ଲାର ସମ୍ମାନକୁ ଅଗ୍ରାଧିକାର ଦେବା ପରିବର୍ତ୍ତେ ରାସ୍ତା ଓ କୋଠାବାଡି ବିଭାଗ ମହାବିଦ୍ୟାଳୟର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ କରିବାକୁ ସିଧା ସଳଖ ଅନିଛା ପ୍ରକାଶ କରିଥିବା ଜିଲାପାଳଙ୍କ ଦୃଷ୍ଟି ଗୋଚର କରାଯାଇଛି। ଫୁଲବାଣୀ ଆଇଟିଡିଏ ନିର୍ମାଣ କାର୍ଯ୍ୟ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ ହେଁ ସବୁ କାର୍ଯ୍ୟ ସଠିକ ସମୟରେ ଶେଷ ହେବା ଭଳି ମନେ ହେଉନାହିଁ। ଜିଲାର ସମ୍ମାନ ଦୃଷ୍ଟିରୁ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଗୁରୁତ୍ୱ ଦେଇ ଜିଲାପାଳ ନିୟମିତ ବ୍ୟବଧାନରେ ବ୍ୟକ୍ତିଗତ ଭାବେ ସମୀକ୍ଷା କରିବାକୁ ନାଗରିକ କମିଟି ପକ୍ଷରୁ ଅନୁରୋଧ କରାଯାଇଛି। ମିଳିତ ନାଗରିକ କମିଟି ପ୍ରତିନିଧି ମଣ୍ଡଳୀ କଲେଜର ନିର୍ମାଣ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ପରିଦର୍ଶନ କରି ଜିଲାପାଳଙ୍କୁ ଅବଗତ କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି।ଏହି ଅବସରରେ କମିଟିର ଆବାହକ ଅଶୋକ ପରିଡାଙ୍କ ସହ ନବୀନ କିଶୋର ପଣ୍ଡା ,ନାରାୟଣ ସାହୁ, ବଂଶୀଧର ପଣ୍ଡା, ପ୍ରଣବ ମଣ୍ଡଳ,ପିତାମ୍ବର ମିଶ୍ର ପ୍ରମୁଖ ଜିଲା ପାଳଙ୍କୁ ସାକ୍ଷାତ କରି ମହାବିଦ୍ୟାଳୟ ସମ୍ପର୍କରେ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ