ଆଦିବାସୀ ମହାବିଦ୍ୟାଳୟର ୪୫ ତମ ସ୍ଵନକ୍ଷତ୍ର ଉତ୍ସବ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ୪୫ ତମ ସ୍ଵନକ୍ଷତ୍ର ଉତ୍ସବ ପାଳିତ ହୋଇଯାଇଛି। ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ପରିଚାଳନା କମିଟିର ସଭାପତି ପ୍ରତ୍ୟୁଷ ରଞନ ଶତପଥୀ, ମୁଖ୍ୟ ଅତିଥି ଭାବେ କୌଶିକ ସାହୁ, ମୁଖ୍ୟବକ୍ତା ଭାବେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲାଦ ଖୋସାଲା, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ସାଂସ୍କୃତିକ ସଂସଦ ଉପ ସଭାପତି ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଅତିଥି ମାନଙ୍କର ପରିଚୟ ପ୍ରଦାନ ସହ ସ୍ଵାଗତ ସମ୍ଭାଷଣ ଜଣାଇ ଉଦବୋଧନ ଦେଇ ସ୍ମୃତି ଚାରଣ କରିଥିଲେ। ମହାବିଦ୍ୟାଳୟର ଛାତ୍ରୀଛାତ୍ର ପ୍ରାରମ୍ଭିକ ସଙ୍ଗୀତ ଓଡ଼ିଶୀ ଆଦିବାସୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ଅଧ୍ୟାପକ ହିମାଂଶୁ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ