ଡିଏଭି ସ୍କୁଲର ଅଭିନବ ରକ୍ଷା ବନ୍ଧନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସ୍ଥାନୀୟ ଗରାପୁସ୍ଥିତ ଡିଏଭି ପବ୍ଲିକ ସ୍କୁଲର କୁନି କୁନି ଛାତ୍ରୀମାନଙ୍କ ଦ୍ୱାରା ଏକ ନିଆରା ପରମ୍ପରା ସୃଷ୍ଟି କରିବାକୁ ଯାଇ ବିଦ୍ୟାଳୟରେ ଏକ ରାକ୍ଷୀ ତିଆରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ସେମାନଙ୍କ ହାତ ତିଆରି ରାକ୍ଷୀକୁ ରକ୍ଷା ବନ୍ଧନ ଅବସରରେ ଜିଲ୍ଲାର ସମସ୍ତ ସରକାରୀ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ହାତରେ ସେମାନେ ରାକ୍ଷୀ ବାନ୍ଧି ଉଜ୍ଜ୍ୱଳ ଭବିଷ୍ୟତର ଆର୍ଶ୍ରିବାଦ ନେବା ସହିତ ସୁରକ୍ଷାର ପ୍ରତିଶୃତି ପାଇଥିଲେ । ଏହି ଅବସରରେ ସେମାନେ ପ୍ରଥମେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କରଙ୍କୁ ତାଙ୍କ ବାସଭବନରେ ପାରମ୍ପରିକ ବନ୍ଦାପନା କରି ୧୨ଜଣ ଛାତ୍ରୀ ତାଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ । ଶ୍ରୀ ମଡ଼କର ଛାତ୍ରୀମାନଙ୍କୁ ମିଷ୍ଟାନ୍ନ ଓ ଚକୋଲେଟ ପ୍ରଦାନ ପୂର୍ବକ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ହାତରେ ରାକ୍ଷୀ ବାନ୍ଧିବା ପରେ ଶେଷରେ ସଦର ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଭାସିନୀ ମହାନ୍ତି ଓ ଚିନ୍ମୟୀ ଦାସ ପରିଚାଳନା କରିଥିବା ବେଳେ ଛାତ୍ରୀ ନମ୍ରତା ଆଚାର୍ଯ୍ୟ, ଶ୍ରେୟାସ୍ଥିତି ବେହେରା, ପ୍ରିୟଙ୍କା ପ୍ରିୟଦର୍ଶିନୀ, ସାଇ ଲିପ୍ସା ସାହୁ, ଦୀପ୍ତିପ୍ରଜ୍ଞା ପରିଜା, ସୟେଦା ସାଫିଆ ଆଫ୍ରୋଜ, ସିଫା ସବୀର, ରେଶମୀ ଖାତୁନ, ଦିବ୍ୟଶ୍ରୀ ଦେବତା, ରିୟା ମହାନ୍ତି ପ୍ରମୁଖ ରକ୍ଷା ବନ୍ଧନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ସମସ୍ତ ଅଧିକାରୀମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରି ରକ୍ଷାବନ୍ଧନର ଅଭିନନ୍ଦନ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ